ETV Bharat / state

ବୌଦ୍ଧରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପରିବହନ ମନ୍ତ୍ରୀ - ବୌଦ୍ଧରେ ପ୍ରଚାର କଲେ ପରିବହନ ମନ୍ତ୍ରୀ

ବୌଦ୍ଧ ପୌରାଞ୍ଚଳ ନିର୍ବାଚନ ପ୍ରଚାରରେ ହେବିଓ୍ବେଟ ନେତା । ବିଜେଡିରୁ ପ୍ରଚାର କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ

ବୌଦ୍ଧରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପରିବହନ ମନ୍ତ୍ରୀ

author img

By

Published : Mar 22, 2022, 9:59 AM IST

ବୌଦ୍ଧ: ଆଉ ଗୋଟିଏ ଦିନ ପରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ପ୍ରଚାରକୁ ଜୋରଦାର କରିଛି ବିଜେଡି । ବୌଦ୍ଧର ଏକମାତ୍ର ପୌରାଞ୍ଚଳରେ ଜୋରଦାର ହେଉଛି ପୌର ନିର୍ବାଚନ ପ୍ରଚାର ଅଭିଯାନ । ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ଏନଏସିରେ ନିର୍ବାଚନ ପ୍ରଚାର ପାଇଁ ଜିଲ୍ଲା ଗସ୍ତରେ ପ୍ରତ୍ୟେକ ଦିନ ଆସୁଛନ୍ତି ହେବିଓ୍ବେଟ ନେତା ।

ବୌଦ୍ଧରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପରିବହନ ମନ୍ତ୍ରୀ

ବିଜେଡି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଥମେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ ପରେ ଖଣି ମନ୍ତ୍ରୀ, କନ୍ଧମାଳ ସାଂସଦ ପ୍ରଚାର କରିଥିଲେ । ସେହିପରି ଗତକାଲି ପ୍ରଚାର ମୈଦାନକୁ ଓହ୍ଲାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତାଙ୍କ ସହିତ କଣ୍ଟାମାଳର ପୂର୍ବତନ ବିଧାୟକ ଭଗବାନ କହଁର, ବିଧାୟକ ପ୍ରାର୍ଥୀ ଶେଷଦେବ ମେହେର ଓ ବହୁ ବରିଷ୍ଠ ବିଜେଡି ନେତା ପ୍ରଥମେ ବୁଟୁପାଲି ପରେ କେଉଟସାହିରେ ପ୍ରଚାର କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ବିଜେଡି ସଭାପତି ପୌର ନିର୍ବାଚନ ଓହ୍ଲାଇ ନଥିବା ବେଳେ ସେନେଇ ନାନା ସନ୍ଦେହ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.