ETV Bharat / state

ମହାନଦୀ ଗର୍ଭରେ ଲୀନ ହେବାକୁ ବସିଛି ଦ୍ବାଦଶ ଶତାବ୍ଦୀର ମନ୍ଦିର

author img

By

Published : Apr 22, 2022, 12:09 PM IST

ମହାନଦୀ କୂଳ ଲଙ୍ଘୁ ଥିବାରୁ ବିପଦ ଶଙ୍କୁଳ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଭୁବନେଶ୍ୱର ଶୈବ ପୀଠ । ଅଧିକ ପଢନ୍ତୁ

ମହାନଦୀ ଗର୍ଭରେ ଲୀନ ହେବା ଅବସ୍ଥାରେ ଦ୍ବାଦଶ ଶତାବ୍ଦୀର ମନ୍ଦିର

ବୌଦ୍ଧ: ଶୈବ ଶାକ୍ତ ଉପାସନାର ଅନନ୍ୟ ପୀଠ ବୌଦ୍ଧ ଜିଲ୍ଲା । ମହାନଦୀ କୂଳରେ ରହିଛି ଏଭଳି ଅନେକ ଶୈବପୀଠ, ଯାହାର ଐତିହ୍ୟ, ସଂସ୍କୃତି ଖୁବ ନିଆରା । ଖଣ୍ଡିଧଳପୁର,ରାମଗଡ, କରଡି, ଚାରିଶମ୍ଭୁ, ବାଉଁଶୁଣୀ, ଅମୁର୍ଡା, ମନମୁଣ୍ଡା ଭଳି ସ୍ଥାନରେ ରହିଛି ଶୈବ ଉପାସନାର ପ୍ରାଚୀନ ପୀଠ । ଜିଲ୍ଲାର ବାଉଁଶୁଣୀର ମହାନଦୀ କୂଳରେ ରହିଛି ଅନ୍ୟ ଏକ ଶୈବ ପୀଠ ଭୁବନେଶ୍ୱର ମନ୍ଦିର । ଯାହା ଏବେ ବିପଦ ଶଙ୍କୁଳ ଅବସ୍ଥାକୁ ଚାଲି ଆସିଛି ।

ଦ୍ବାଦଶ ଶତାବ୍ଦୀରେ ପୁରୀ ଗଜପତି ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ବାରା ଏହା ନିର୍ମିତ ହୋଇଥିବା ବିଶ୍ବାସ ରହିଛି । ଏବେ ମହାନଦୀ କୂଳ ଲଙ୍ଘୁ ଥିବାରୁ ବିପଦ ଶଙ୍କୁଳ ଅବସ୍ଥାକୁ ଚାଲି ଆସିଥିବାରୁ ମନ୍ଦିରଟି ମହାନଦୀ ଆଡକୁ ଅର୍ଥାତ ଡାହାଣ କଡକୁ ଢଳି ରହିଛି । ତେଣୁ କେତେକ ଏହି ମନ୍ଦିରକୁ ବକ୍ର ମନ୍ଦିର ବୋଲି ଅଭିହିତ କରିଥାନ୍ତି । ଦୀର୍ଘ ବର୍ଷ ହେଲା ମନ୍ଦିରର ସୁରକ୍ଷା ପାଇଁ ବାଉଁଶୁଣୀ ଅଞ୍ଚଳବାସୀ ଦାବି କରିଆସୁଥିବା ବେଳେ ତୁରନ୍ତ ଏହି ପ୍ରାଚୀନ ଶୈବପୀଠର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.