ETV Bharat / state

ବାଟବଣା ସରକାରୀ ଯୋଜନା, ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ - ଉପାନ୍ତ ଅଞ୍ଚଳକୁ ବାଟବଣା ସରକାରୀ ଯୋଜନା

ଉପାନ୍ତ ଅଞ୍ଚଳକୁ ବାଟବଣା ସରକାରୀ ଯୋଜନା । ବୌଦ୍ଧ ଜିଲ୍ଲା ତଳଗାଁ ପଞ୍ଚାୟତରେ ଚଞ୍ଚକତା କରି ଆବାସ ଯୋଜନା ଚୋରି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

awas yojana
ଆବାସ ଯୋଜନା
author img

By

Published : Jan 4, 2023, 2:09 PM IST

ବାଟବଣା ସରକାରୀ ଯୋଜନା

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳର ସମସ୍ୟା ଘେରରେ ରହିଥିବାବେଳେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଚଞ୍ଚକତା କରି ଗରିବ ହିତାଧିକାରୀଙ୍କ ଆବାସ ଗୃହ ଚୋରି ହେଉଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀ ହୋଇଥିବା ସତ୍ତ୍ବେ ତାଲିକାରୁ ନାଁ କଟାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସରକାରୀ ଯୋଜନାରୁ ବଞ୍ଚିତ ଗ୍ରାମବାସୀ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳକୁ ନେଇ ଗଠିତ ହୋଇଛି ତଳଗାଁ ପଞ୍ଚାୟତ । ତଳଗାଁ ପଞ୍ଚାୟତର ଅନେକ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ଆମ୍ବୁଲାନ୍ସ ସେବା ଦିବାସ୍ବପ୍ନ ହୋଇଛି । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ବଣପାହାଡ଼ ଦେଇ ଯାତାୟତ କରୁଛନ୍ତି ଲୋକେ । ପାନୀୟ ଜଳ ଠାରୁ ନେଇ ଜଳସେଚନର ବ୍ୟାପକ ସମସ୍ୟା ରହିଛି । ଗ୍ରାମ ନିକଟରେ ସ୍କୁଲ ସୁବିଧା ନଥିବାରୁ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ପ୍ରକାର ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସରପଞ୍ଚ ହେବତ ଏମିତି: ସଞ୍ଜୟଙ୍କ କିଡନୀ ପ୍ରତିରୋପଣ ପାଇଁ ବୁଲି ବୁଲି ମାଗିଲେ ଭିକ

ଆବାସ ଯୋଜନାରେ ମଧ୍ୟ ଅନେକ ହିତାଧିକାରୀ ସାମିଲ ହୋଇ ପାରି ନଥିବାରୁ ଜରିପାଲ ଟଣା ଘରେ ଗରିବ ପରିବାର ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି । ତେବେ ଅନେକ ହିତାଧିକାରୀଙ୍କ ଆବାସ ଗୃହ ତାଲିକାରେ ନାମ ଥାଇ ମଧ୍ୟ ଯୋଗ୍ୟ ତାଲିକାରୁ ବାଦ ଦିଆଯାଇ ଆବାସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅନେଇ ଗରିବ ହିତାଧିକାରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ଥିଲା । କିନ୍ତୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନାଁକୁ ହଟାଇ ଦିଆଯାଇଛି । ଗ୍ରାମର ପ୍ରାୟ 80ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁ ଆବାସ ଯୋଜନା ତାଲିକାରୁ ହଟାଇ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଏପରିକି ବହୁ ଚର୍ଚ୍ଚିତ ବଣ ବାଳିକା ରେବତୀ କହଁର ଭଳି ଅସହାୟ ଯୁବତୀଙ୍କ ଆବାସ ଗୃହ ମଧ୍ୟ ଚୋରି ହୋଇଯାଇଥିବା କୁହାଯାଇଛି । ଏ ସମ୍ପର୍କରେ ତଳଗାଁ ପଞ୍ଚାୟତର ହିତାଧିକାରୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି । ଏନେଇ ବୌଦ୍ଧ ଉପଜିଲ୍ଲାପାଳ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.