ETV Bharat / state

ଅଧରାତି ଯାଏଁ ଅଧାରେ ଅଟକିଲା ରଥ, ସକାଳୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jun 29, 2023, 4:06 PM IST

ପରିଚାଳନା ଗତ ତ୍ରୁଟି ସହିତ ବିଭିନ୍ନ ସମସ୍ୟା କାରଣରୁ ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ରଥଟଣାରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଛି । ଏପରିକି ପଶ୍ଚିମ ଓଡିଶାର ପ୍ରସିଦ୍ଧ ବୌଦ୍ଧରେ ରଥଯାତ୍ରାର ଶେଷ ସୋପାନ ବାହୁଡା ଯାତ୍ରା ସମୟରେ ଅଧାରେ ଅଟକିଯାଇଥିଲା ରଥ। ଅଧିକ ପଢନ୍ତୁ

ଅଧରାତି ଯାଏଁ ଅଧାରେ ଅଟକିଲା ରଥ
ଅଧରାତି ଯାଏଁ ଅଧାରେ ଅଟକିଲା ରଥ
ଅଧରାତି ଯାଏଁ ଅଧାରେ ଅଟକିଲା ରଥ

ବୌଦ୍ଧ: ପରିଚାଳନାଗତ ସମସ୍ୟା ଯୋଗୁ ବାହୁଡାରେ ଅଟକି ରହିଲା ରଥ। ମଧ୍ୟରାତ୍ରିର ଅନ୍ଧକାରରେ ହଜାର ହଜାର ଶ୍ରଦ୍ଧାଳୁ କାଳିଆ ସାଆନ୍ତଙ୍କ ରଥକୁ ଟାଣି ପାରିନଥିବାବେଳେ ମାତ୍ର କେଇଜଣ ଶ୍ରଦ୍ଧାଳୁ ପୋଲିସ ସହିତ ମିଶି ଠାକୁରଙ୍କ ବିରାଜମାନ ରଥକୁ ରଥଖଳାକୁ ଟାଣି ନେଇଥିଲେ । ଏଭଳି ଆଶ୍ଚର୍ଯ୍ୟ ଚକିତ କଲାଭଳି ଦୃଶ୍ୟ ଚଳିତ ବୌଦ୍ଧଠାରେ ବାହୁଡା ଯାତ୍ରାରେ ପରିଲକ୍ଷିତ ହୋଇଛି । ତେବେ ପରିଚାଳନା ଗତ ସମସ୍ୟାରୁ ଠାକୁରଙ୍କ ରଥ ବଡଦାଣ୍ଡରେ ମଧ୍ୟରାତ୍ରରେ ଅଟକି ରହିଥିବାବେଳେ ଆଜି ଠାକୁରଙ୍କ ରଥକୁ ଶ୍ରଦ୍ଧାଳୁମାନେ ଟାଣିନେଇଥିଲେ । ନବଦିନାତ୍ମକ ଯାତ୍ରା ସାରି ଜନ୍ମ ବେଦୀରୁ ନିଜ ମନ୍ଦିର ଅଭିମୁଖେ ଆସିଛନ୍ତି କାଳିଆ ସାଆନ୍ତ ।

ଭକ୍ତ ସେବାୟତଙ୍କ ଗହଣରେ ପହଣ୍ଡି ବିଜେ କରି ରଥାରୂଢ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟ ଚାଲିଥିଲା । କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ରଥ ବଡଦାଣ୍ଡରେ ଅଟକି ଗଲା । ଆଉ ଆଜି ସକାଳୁ ଅଳ୍ପ ସଂଖ୍ୟକ ଭକ୍ତ ଓ ପୋଲିସର ସହଯୋଗରେ ରଥଖଳାରେ ଠାକୁରଙ୍କ ରଥ ପହଞ୍ଚିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ଆନନ୍ଦ ଉଲ୍ଲାସର ସହିତ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି । ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଶତାଧିକ ସ୍ଥାନରେ ବଡ ଠାକୁରଙ୍କ ବଡଯାତ୍ରାର ଶେଷ ସୋପାନ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସମେତ ରାଜ୍ୟ ବାହାରର ଭକ୍ତ ବୌଦ୍ଧରେ ପହଞ୍ଚିଥିଲେ । ବୁଧବାର ଅପରାହ୍ନ 4ଟା ସମୟରେ ସେବାୟତମାନେ ଶ୍ରୀଜୀଉଙ୍କୁ ପହଣ୍ଡି କରି ରାତି ପ୍ରାୟ 9ଟା ସମୟରେ ରଥାରୂଢ କରିଥିଲେ । ଏହାପରେ ରୀତିନୀତରେ ପୂଜାର୍ଚ୍ଚନା ସହ ଛେରାପହଁରା କାର୍ଯ୍ୟ ସମାପନ ହୋଇଥିଲା । ଏଥିସହିତ ପରମ୍ପରା ମୁତାବକ ବୌଦ୍ଧର ଜିଲ୍ଲା ନ୍ୟାୟାଧୀଶ, ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବାଟଭୋଗ ଠାକୁରଙ୍କ ନିକଟରେ ଲାଗି ହୋଇଥିଲା । ବଡ ଠାକୁରଙ୍କ ଅତିପ୍ରିୟ ପୋଡପିଠା, ଛେନାପୋଡ ସହିତ ବିଭିନ୍ନ ପାରମ୍ପରିକ ମିଷ୍ଟାନ୍ନ ଠାକୁରଙ୍କ ନିକଟରେ ଲାଗି ହୋଇଥିଲା । ହଜାର ହଜାର ଭକ୍ତ ରଥାରୂଢ ଠାକୁରଙ୍କ ଦର୍ଶନ କରିବା ସହିତ ରଥଟଣା ପାଇଁ ବ୍ୟଗ୍ର ରହିଥିଲେ ।

ରାତି ପ୍ରାୟ 10ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ହୋଇ ଠାକୁର ଦର୍ଶନ କରିଥିଲେ ।ହଜାର ହଜାର ଭକ୍ତ ରଥକୁ ଟାଣିନେଇଥିବାବେଳେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ। ରଥ ଅଳ୍ପ କିଛି ବାଟ ଗଲାପରେ ପୋଡାପୋଡାର ପୋଷ୍ଟ ଅଫିସ ଛକ ନିକଟରେ ଅଟକି ଯାଇଥିଲା । ବହୁ ଚେଷ୍ଟା ସତ୍ତ୍ୱେ ରଥ ସେଠାରୁ ଆଉ ଘୁଞ୍ଚି ନଥିଲା । ତେବେ ରାତିରେ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ରଥ ଆଗକୁ ନଯିବାରୁ ବାଧ୍ୟ ହୋଇ ରଥଟଣା କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଗୁରୁବାର ବୌଦ୍ଧର ଘୂର୍ଣ୍ଣାୟମାନ ରଥ ନିକଟରେ ଶ୍ରଦ୍ଧାଳୁମାନେ ପହଞ୍ଚି ଦୂରରୁ ଠାକୁରଙ୍କୁ ଦର୍ଶନ କରିଛନ୍ତି।

ବଡ ରଥ ଅଧା ବାଟରେ ଅଟକି ରହିବାରୁ ପୋଡାପୋଡାର ହରିଗୁଡି ରଥ ମଧ୍ୟ ବାଟରେ ଅଟକି ରହିଥିଲା । ତେବେ ଆଶ୍ଚର୍ଯ୍ୟର କଥା ବୁଧବାର ହଜାର ହଜାର ଶ୍ରଦ୍ଧାଳୁ ବଡ ଠାକୁରଙ୍କ ରଥକୁ ଟାଣିବାରେ ଅସମର୍ଥ ହୋଇଥିବାବେଳେ ଗୁରୁବାର ସକାଳୁ ଅଳ୍ପ କେତେ ଜଣ ମହିଳା, ଶିଶୁ ଓ ପୋଲିସର ସହଯୋଗରେ ରଥକୁ ଆନନ୍ଦରେ ତଥା ସୁରୁଖୁରୁରେ ରଥଖଳା ପର୍ଯ୍ୟନ୍ତ ରଥକୁ ଟାଣି ନିଆଯାଇଛି । ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ତେବେ ବଡ ଠାକୁରଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥଟଣାକୁ ନେଇ ପରିଚାଳନା କମିଟିର ସଦସ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଘୋଷଯାତ୍ରା ଦିନ ବୌଦ୍ଧର ବଡଦାଣ୍ଡରେ ରଥ ପ୍ରାୟ 5 ଥର ବିଭିନ୍ନ କାରଣରୁ ଅଟକି ରହିବା ସହିତ ବିଳମ୍ବିତ ରାତିରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଥିଲା । ଠିକ ସେହିଭଳି ବାହୁଡାଯାତ୍ରାରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥଟଣା ଓ ରଥ ଅଟକିବାକୁ ନେଇ ଶ୍ରଦ୍ଧାଳୁମାନେ ଦୁଃଖ ପ୍ରକାଶ କରିଛନ୍ତି। ସେପଟେ ସବୁ ଠାକୁରଙ୍କ ଇଛାରେ ହେଉଥିବା କହିଛନ୍ତି ବୌଦ୍ଧ ଉପଜିଲ୍ଲାପାଳ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.