ETV Bharat / state

ଦୁର୍ଗାପୂଜାରେ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ କଲା ବଜରଙ୍ଗ ଦଳ

ଶାରଦୀୟ ଦୁର୍ଗାପୂଜା ଅବସରରେ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

astra pujan programme by bajrang dal in boudh
ବଦରଙ୍ଗ ଦଳର ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ
author img

By

Published : Oct 5, 2022, 11:35 AM IST

ବୌଦ୍ଧ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ପୂରପଲ୍ଲୀ । ମା'ଙ୍କ ଦୁର୍ଗାଷ୍ଟମୀ ଅବସରରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଅସ୍ତ୍ର ପୂଜନ ଉତ୍ସବ ପାଳନ କରାଯାଇଛି । ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ସହିତ କୁମାରୀ କନ୍ୟାଙ୍କୁ ପୂଜା କରାଯାଇଛି ।

ବଦରଙ୍ଗ ଦଳର ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ

ଶାରଦୀୟ ଦୁର୍ଗାଷ୍ଟମୀ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ଶୋଭାଯାତ୍ରାରେ ସାରା ବୌଦ୍ଧ ସହର ପରିକ୍ରମା କରିଥିଲେ । ବୌଦ୍ଧ ଅଞ୍ଚଳର ପାରମ୍ପରିକ ତଥା ପ୍ରାଚୀନ ଲୋକନୃତ୍ୟ ଝାଲିଆ ଶବର,ଦେବୀ ସମର୍ପଣ ଭଳି ଲୋକକଳା ପ୍ରଦର୍ଶିତ ହୋଇଥିଲା । ଅସ୍ତ୍ର ଶୋଭାଯାତ୍ରା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା

ଏନେଇ ବଜରଙ୍ଗ ଦଳ ପ୍ରଚାରକ କହିଛନ୍ତି, " ପ୍ରତ୍ୟେକ ବର୍ଷ ଦୁର୍ଗାଷ୍ଟମୀ ତିଥିରେ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ହୁଏ । ଜିଲ୍ଲାର ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରାମେଶ୍ବର ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲେ।" ଏହି ଶୋଭାଯାତ୍ରା ବୌଦ୍ଧର ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ମା' ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ହିନ୍ଦୁ ଧର୍ମ ଓ ସଂସ୍କୃତିର ସୁରକ୍ଷା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ କହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.