ବୌଦ୍ଧ: ଗାଈ ହେଲା ସରୋଗେଟ ମଦର । ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ଏକମାତ୍ର ସରକାରୀ ଗାଈ ଫାର୍ମରେ ପ୍ରଥମ ଥର ପାଇଁ ଗାଈମାନଙ୍କଠାରେ ଭୃଣ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମଣିଷ ଭଳି ଗାଈମାନଙ୍କ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ ବୋଲି ସୂଚନା ମିଳିଛି । ତେବେ ବୌଦ୍ଧ ଜିଲ୍ଲାରେ ଏହା ପ୍ରଥମ ଉଦାହରଣ ହୋଇଥିବା ବେଳେ ରାଜ୍ୟରେ ଏହା ତୃତୀୟ ପଦକ୍ଷେପ ଅଟେ ।
ଏହାମଧ୍ୟ ପଢନ୍ତୁ..ଅଜଣା ରୋଗରେ 5ଟି ଗାଈଙ୍କ ମୃତ୍ୟୁ, ଗ୍ରାମରେ ପହଞ୍ଚିିଲା ସ୍ବାସ୍ଥ୍ୟ ବିଭାଗ ଟିମ
ଓଡ଼ିଶାର ଅନ୍ୟତମ ପୁରୁଣା ଗାଇ ଫାର୍ମ ଭାବରେ ପରିଚିତ ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଥିବା ପ୍ରାଣୀ ଧନ ବିଭାଗର ଗାଈ ଫାର୍ମ ପାଇଁ ଆଜି ଏକ ଐତିହାସିକ ଦିନ । ପ୍ରଥମ କରି ବୌଦ୍ଧ ଜିଲ୍ଲାରେ ଗାଈମାନଙ୍କ ଠାରେ ଭୃଣ ପ୍ରତ୍ୟାରୋପଣ କରାଯାଇଛି । ଆଜି(ଶୁକ୍ରବାର) ଫାର୍ମର 12ଟି ଗାଈଙ୍କୁ ସରୋଗେଟ ମଦର ଭାବରେ ଚିହ୍ନଟ କରି ଭୃଣ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିପାଇଁ ବଉଦ ଓ ସମ୍ବଲପୁରର ପ୍ରାଣୀ ବିଶେଷଜ୍ଞଙ୍କ ସମେତ ପୁଣେରୁ ଆସିଥିବା ତିନି ଜଣିଆ ବାଏଫ ବିଶେଷଜ୍ଞ ଟିମ୍ ବୌଦ୍ଧ ଠାରେ ପହଞ୍ଚିଥିଲେ । ଓଡ଼ିଶାର ଆଠ ଗୋଟି ସ୍ଥାନରେ ଏଲପିଡି ଫାର୍ମ ରହିଥିବା ବେଳେ ପ୍ରଥମେ କଟକ ଓ ପରେ ଚିପିଲିମା ପରେ ଆଜି ବୌଦ୍ଧଠାରେ ଏହି ପ୍ରାଣୀ ଭୃଣ ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଏହାମଧ୍ୟ ପଢନ୍ତୁ..ଅତିଷ୍ଠ କଲା ବୁଲା କୁକୁର ଓ ଗାଈଗୋରୁଙ୍କ ପ୍ରାଦୁର୍ଭାବ, ଘଉଡ଼ାଇ ତହସିଲ କାର୍ଯ୍ୟାଳୟରେ ଛାଡ଼ି ଦେଇ ଆସିଲେ ଲୋକେ
ଏହାମଧ୍ୟ ପଢନ୍ତୁ..ଚର୍ଚ୍ଚାରେ ବିହାର ଚାଷୀ, BMW କାରରେ ଆଣୁଛନ୍ତି ଗାଈ ଚାରା
ଏହି ଗୋ ଭୃଣ ପ୍ରତ୍ୟାରୋପଣ ଦ୍ବାରା ଅବହେଳିତ ହେଉଥିବା ଗାଈ ମାନଙ୍କ ମଧ୍ୟରେ ଉନ୍ନତ ମାନର ଷଣ୍ଢ ଭୃଣ ଓ ଦୁଧିଆଳୀ ଗାଈ ବଂଶ ବୃଦ୍ଧି ହୋଇପାରିବ ବୋଲି ସୂଚନା ମିଳିଛି । ଏହା ଦ୍ୱାରା ଗୋପାଳନ ଓ ଦୁଗ୍ଧ ଚାଷୀ ମାନେ ବେଶ ଉପକୃତ ହୋଇପାରିବେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ପୂର୍ବରୁ ଅଠରଟି ଗାଈକୁ ଏଥିପାଇଁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ବାରଟି ଗାଈଠାରେ ଏହି ଭୃଣ ପ୍ରତ୍ୟାରୋପଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଏଭଳି ଏକ ଅଭିନବ ପଦକ୍ଷେପ ବିଭିନ୍ନ ମହଲରେ ପ୍ରଂଶସା ମଧ୍ୟ କରାଯାଉଛି ।
ଏହାମଧ୍ୟ ପଢନ୍ତୁ..ମଣିଷ ପାଇଁ କ୍ଷତିକାରକ ଗୋମୂତ୍ର, ରିସର୍ଚ୍ଚରେ ଖୁଲାସା
ବୌଦ୍ଧ, ଇଟିଭି ଭାରତ