ETV Bharat / state

ଜଙ୍ଗଲମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ, ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାର

author img

By ETV Bharat Odisha Team

Published : Aug 24, 2023, 5:16 PM IST

ବାଙ୍କମୁଣ୍ଡି ଜଙ୍ଗଲରେ ବାରହା ଓ ଭାଲୁ ଶିକାର । ଦିନକୁ ଦନ ଜିଲ୍ଲାରେ ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାର । ଅଧିକ ପଢନ୍ତୁ

animal death rises in boudh forest
animal death rises in boudh forest
animal death rises in boudh forest

ବୌଦ୍ଧ: ଜଙ୍ଗଲମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ । ବନ୍ୟପ୍ରାଣୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି । ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ସଦର ମହକୁମା ନିକଟ ବାଙ୍କମୁଣ୍ଡି ଜଙ୍ଗଲରୁ ଶିକାରୀମାନେ ବାରହା ଓ ଭାଲୁ ଶିକାର କରିଥିବା ଅଭିଯୋଗ ହୋଇଛି । ବାରହା ଶରୀରର କିଛି ଅଂଶ ଓ ଏକ ଭାଲୁର ମୃତଦେହକୁ ବନ ବିଭାଗ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି । ଏପରି ଘଟଣାରେ ଅନେକ ସମୟରେ ବନ ବିଭାଗ ଶିକାରୀଙ୍କୁ ଧରିବାରେ ସଫଳତା ପାଉଥିବା ବେଳେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁଙ୍କ ଶିକାର ବୃଦ୍ଧି ହେବାରେ ଲାଗିଛି ।

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ବନାଞ୍ଚଳରେ ଗତ କିଛି ବର୍ଷ ମଧ୍ୟରେ ହାତୀ ଭଳି ବିଶାଳକାୟ ପ୍ରାଣୀର ମୃତ୍ୟୁ ପରିବେଶପ୍ରେମୀଙ୍କୁ ଚିନ୍ତିତ କରିଛି । ଗତ ଦୁଇ ବର୍ଷ ତଳେ ମାଧପୁର ବନାଞ୍ଚଳରେ ଦୁଇଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ଗତ ବର୍ଷ ବୌଦ୍ଧ ବନାଞ୍ଚଳରେ ଲଗାତାର ଦୁଇଟି ଦନ୍ତାହାତୀଙ୍କୁ ଶିକାର କରାଯାଇଥିଲା । ଏହି ଘଟଣାରେ ବନ ବିଭାଗର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜୁନ୍‌ ମାସ ୧୪ ତାରିଖରେ ବରଗାଁ ପଞ୍ଚାୟତର ଘୁଚାଙ୍ଗୀ ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଏହି ହାତୀ ମୃତ୍ୟୁ ତଦନ୍ତ ବର୍ତ୍ତମାନ ଦିଗହରା ହୋଇ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କେତୋଟି ହାତୀ ଚଳପ୍ରଚଳ କରୁଛନ୍ତି ସେନେଇ ବନ ବିଭାଗ ନିକଟରେ କୌଣସି ସଠିକ ତଥ୍ୟ ନାହିଁ । ବରଗାଁ ଅଞ୍ଚଳରେ ଏକ ବଡ଼ ହାତୀପଲ ରହିଥିବା ବେଳେ ପ୍ରତ୍ୟେକ ସମୟରେ ଏସବୁ ଅଞ୍ଚଳରେ ମଣିଷ ଓ ହାତୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।

ଏହା ମଧ୍ୟ ପଢନ୍ତୁ-ଆଠମଲ୍ଲିକ ବନଖଣ୍ଡରେ ବିପଦରେ ବନ୍ୟଜନ୍ତୁ, ବଢୁଛି ଶିକାର ସଂଖ୍ୟା

କଣ୍ଟାମାଳ ବନାଞ୍ଚଳରେ ହାତୀଙ୍କ ଚଳପ୍ରଚଳ ସ୍ଥାନରେ ବନ ବିଭାଗ କୌଣସି ସତର୍କତା ପଦକ୍ଷେପ କିମ୍ବା ସୂଚନା ଫଳକ ଲଗାଇ ନାହିଁ । ଅନେକ ସମୟରେ ହାତୀପଲ ଜନବସତି ମୁହାଁ ହୋଇ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଏନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣା ପରେ ମଙ୍ଗଳବାର ନିକଟସ୍ଥ ବାଙ୍କମୁଣ୍ଡି ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ଗୋଟିଏ ବାରହା ଓ ଗୋଟିଏ ଭାଲୁର ଶିକାର କରିଥିବା ସୂଚନା ମିଳିଛି । ବାରହା ଶରୀରର କିଛି ଅଂଶ ଓ ଏକ ଭାଲୁର ମୃତ ଦେହକୁ ବନ ବିଭାଗ ଜବତ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶିକାରୀଙ୍କୁ ଧରିବାରେ ସଫଳ ହୋଇ ନାହିଁ ବନ ବିଭାଗ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.