ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ପହଞ୍ଚି ପାରୁନି ବିକାଶ ଗାଡି

author img

By ETV Bharat Odisha Team

Published : Dec 3, 2023, 12:02 PM IST

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ପଞ୍ଚାୟତରେ ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନ । ଗାଁକୁ ରାସ୍ତା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

no developement in narayan prasad village

କଣ୍ଟାମାଳ ବ୍ଲକରେ ଅପହଞ୍ଚ ସରକାରୀ ଯୋଜ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବିଭିନ୍ନ ପଞ୍ଚାୟତରେ ସରକାରୀ ବିକାଶରେ ବାଧକ ସାଜିଛି ଯୋଗାଯୋଗ ବିଛିନ୍ନତା । ତେବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ପଞ୍ଚାୟତରେ ବିକାଶ ପହଞ୍ଚି ପାର ନ ଥିବା ଅଭିଯୋଗ ହୋଇଛି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍‌ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଯୋଗାଯୋଗର ବିଛିନ୍ନତା ହେତୁ ସେସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀ ହିତାଧିକାରୀ । ଗୋଟିଏ ଜୋନ୍‌ର ଅନେକ ଅଞ୍ଚଳକୁ ନାହିଁ ସବୁଦିନିଆ ରାସ୍ତା । ଫଳରେ ଫଳରେ ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍‌ରେ ପହଞ୍ଚି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ - ଟିକରପଡା ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା; ନାହିଁ ରାସ୍ତାଘାଟ, ମିଳୁନି ସ୍ବଚ୍ଛ ପାଣି

ତେବେ ନାରାୟଣ ପ୍ରସାଦ ପଞ୍ଚାୟତର ଲଣ୍ଡନପଡା ଏକ ଏଭଳି ଅଞ୍ଚଳ ଯେଉଁ ସ୍ଥାନକୁ ପ୍ରାୟ ଚାରି ଗୋଟି ଛୋଟବଡ ପାହାଡି ଝରଣା ବିଛିନ୍ନ କରି ରଖିଛି । ବର୍ଷ ର ୮ ମାସ ଲଣ୍ଡନପଡା ଓ୍ବାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଥିବା ବେଳେ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ସାମାନ୍ୟ ହୋଇ ପାରିନାହିଁ । ସ୍ବାସ୍ଥ୍ୟ ସେବା ଏଠାରେ ବିପର୍ଯ୍ୟସ୍ତ ଥିବାରୁ ଏଠାରେ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ମାଧ୍ୟମରେ ରୋଗୀଙ୍କ ଚିକିତ୍ସା ହେଉଥିବା ଅଭିଯୋଗ ହୋଇଛି । ସେହିପରି ଏହି ଅଞ୍ଚଳକୁ ଯୋଗାଯୋଗ ପାଇଁ ବିଭିନ୍ନ ଝରଣା ଉପରେ ଆବଶ୍ୟକ ସେତୁ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.