ବୌଦ୍ଧ: ସ୍ବାବ ଟେଷ୍ଟ ନାରେ ଅର୍ଥ ହଡପ ଅଭିଯୋଗ। ହରଭଙ୍ଗା କ୍ବାରେଣ୍ଟାଇନ ସେଣ୍ଟରରୁ ଫେରିବା ପରେ ସ୍ବାବ ଟେଷ୍ଟ କରାଇଦେବାକୁ କହି କିଛି ଲୋକଙ୍କ ଠାରୁ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଏହା ଜଣାପଡିବା ପରେ ଏବେ ଏହାର ମାଷ୍ଟର ମାଇଣ୍ଡ ଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ହରଭଙ୍ଗା କ୍ବାରେଣ୍ଟାଇନ ସେଣ୍ଟରରୁ ଫେରିବା ପରେ ସ୍ବାବ ଟେଷ୍ଟ କରାଇଦେବାକୁ ଜଣ ପିଛା କୁଆଡେ ପାଞ୍ଚ ହଜାର ଟଙ୍କା ଚୁକ୍ତି ହୋଇଥିଲା । ସବୁକିଛି ଠିକଠାକ ଥିଲା । କିନ୍ତୁ ବୌଦ୍ଧ ପହଞ୍ଚିବା ପରେ ଏହି ଘଟଣା ଧିରେ ଧିରେ ସମ୍ମୁଖକୁ ଆସିବା ପରେ ଏଥିରେ ସଂଶ୍ଳିଷ୍ଟ ସରସରା ଗାଁର ଜଣେ ଶିକ୍ଷା ବିଭାଗର କର୍ମଚାରୀ ଓ ବୁଟୁପାଲିର ଜଣେ ନାମକରା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ଗୁରୁବାର ଜଣେ ଯୁବକ ଗଞ୍ଜାମ ଜିଲ୍ଲାର ରେଡଜୋନ ଅଞ୍ଚଳରେ ବିବାହ କରି ହିନସ୍ତା ହୋଇଛନ୍ତି । ବର୍ତ୍ତମାନ ପ୍ରଶାସନିକ କଟକଣା ସତ୍ତ୍ବେ ଲୋକେ ବିବାହ ନାରେ କୋଭିଡ ଆଇନକୁ ଖୋଲାଖୋଲି ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ