ETV Bharat / state

ଅଧାପନ୍ତରିଆ 5ଟି ବିଦ୍ୟାଳୟ, ବ୍ୟାପକ ଅନିୟମିତତା ଅଭିଯୋଗ - ବୌଦ୍ଧ ଅଧାପନ୍ତରିଆ 5ଟି ବିଦ୍ୟାଳୟ

Irregularities in 5T school: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା 5ଟି ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧାପନ୍ତରିଆ ହୋଇ ଅନେକ ବିଦ୍ୟାଳୟ ରହିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଅଧାପନ୍ତରିଆ 5ଟି ଉଚ୍ଚ ବିଦ୍ୟାଳୟ
ଅଧାପନ୍ତରିଆ 5ଟି ଉଚ୍ଚ ବିଦ୍ୟାଳୟ
author img

By ETV Bharat Odisha Team

Published : Dec 18, 2023, 10:24 PM IST

ଅଧାପନ୍ତରିଆ 5ଟି ଉଚ୍ଚ ବିଦ୍ୟାଳୟ

ବୌଦ୍ଧ: ରାଜ୍ୟ ସରକାର 5ଟି ଜରିଆରେ ସ୍କୁଲ ଗୁଡ଼ିକ ଚକାଚକ୍‌ ସ୍ମାଟ ହେଉଛି । ଏଥିପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଥିରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା 5ଟି ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଅଧାପନ୍ତରିଆ ହୋଇ ଅନେକ ବିଦ୍ୟାଳୟ ରହିଥିବା ସହ ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା ବୃତ୍ତି କରୁଥିବା ନେଇ ନେଇ ଅଭିଯୋଗ ହୋଇଛି ।

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ 5ଟି ଉଚ୍ଚ ବିଦ୍ୟାଳୟ । ଜିଲ୍ଲାର ସମସ୍ତ ପଞ୍ଚାୟତରେ ଏଭଳି ଉଚ୍ଚ ବିଦ୍ୟାଳୟ ଗୁଡ଼ିକ 5ଟି ଅନ୍ତର୍ଭୁକ୍ତ ହେବା ପରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚେଷ୍ଟା କରାଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏଭଳି 5ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ଅବ୍ୟବସ୍ଥା ଘେରରେ ରହିଥିବା ବେଳେ ଅତ୍ୟନ୍ତ ନିମ୍ନମାନର ତଥା ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ ୬୯ ପଞ୍ଚାୟତର ସମସ୍ତ ଉଚ୍ଚ ବିଦ୍ୟାଳୟ ସମେତ ଜିଲ୍ଲା ସଦରମହକୁମା ଠାରେ ଥିବା ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟ 5ଟି ଅନ୍ତର୍ଭୁକ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି 5ଟି ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଠିକ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ......5T School: ଦୟନୀୟ ଅବସ୍ଥାରେ ସ୍ମାର୍ଟ ସ୍କୁଲ, ରୂପାନ୍ତରଣର ୨ ବର୍ଷ ପୂରୁଣୁ କାନ୍ଥ ଫାଟି ଆଁ

ଖାସ କରି ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ପଦ୍ମନପୁର, ମୁଣ୍ଡାପଡା,ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ କେବଳ ଉଦାହରଣ ମାତ୍ର ଯେଉଁଠି ଦୁର୍ନୀତି ଜଳ ଜଳ ଦିଶୁଛି । ଅନେକ ସ୍ଥାନରେ 5ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ବିଦ୍ୟାଳୟରେ ଖେଳପଡିଆ ଠାରୁ ନେଇ ସାଇକେଲ ଷ୍ଟାଣ୍ଡ, ଶୌଚାଳୟ ଭଳି ଆନୁଷଙ୍ଗିକ ସୁବ୍ୟବସ୍ଥା ନଥିବା ବେଳେ ଛାତରୁ ପାଣି ଗଳୁଛି । ଏନେଇ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟା ଘେରରେ ପାଠ ପଢ଼ୁଛନ୍ତି । ଏଭଳି ଅବବ୍ୟସ୍ଥାକୁ ନେଇ ସ୍ଥାନୀୟ ନେତା ଓ କରିତକର୍ମା ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଲ୍‌ ପ୍ରମାଣପତ୍ର ଦେଇ ଶିକ୍ଷକତା ବୃତ୍ତି ଭିତରକୁ ପଶି ଆସିଥିବା ନକଲି ଶିକ୍ଷକଙ୍କୁ ଧରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଏଭଳି ନକଲି ଶିକ୍ଷକ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.