ETV Bharat / state

ମୃତ ଠିକାଦାରଙ୍କ ନାଁରେ ଅର୍ଥ ହଡପ, ପରିବାରଲୋକ ଦେଲେ ଧାରଣା - ଠିକାଦାରଙ୍କ ଅର୍ଥ ହଡପ

ଅଙ୍ଗନବାଡି ଗୃହ ନିର୍ମାଣରେ ଅର୍ଥ ହଡପ ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ....

ମୃତ  ଅଙ୍ଗନବାଡି ଠିକାଦାରଙ୍କ  ଅର୍ଥ ହଡପ ଅଭିଯୋଗ,  ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Oct 29, 2021, 11:15 AM IST

ବୌଦ୍ଧ: ଅଙ୍ଗନବାଡି ଗୃହ ନିର୍ମାଣରେ ଅର୍ଥ ହଡପ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଜିଲ୍ଲାର ହରଭଙ୍ଗା ବ୍ଲକ ଦେବଗଡ ଗ୍ରାମର ଠିକାଦାର ପ୍ରମୋଦ ମାଝୀ ଉକ୍ତ ଗ୍ରାମରେ ଏକ ଅଙ୍ଗନବାଡି ଗୃହ ନିର୍ମାଣ କରିଥିଲେ । କିନ୍ତୁ ଗତ ଗତ ୬ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଉକ୍ତ ଅଙ୍ଗନବାଡି ଗୃହର ଅର୍ଥ କେହି ଦୁର୍ବୃତ୍ତ ଉଠାଣ କରିସାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ମୃତ ଅଙ୍ଗନବାଡି ଠିକାଦାରଙ୍କ ଅର୍ଥ ହଡପ ଅଭିଯୋଗ, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଏନେଇ ପରିବାର ଲୋକେ ହରଭଙ୍ଗା ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତକାଲି ବାମଣ୍ଡା ଠାରେ ଭିଜିଲାନ୍ସ ବିଭାଗ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରୁଥିବା ସମୟରେ ପ୍ରମୋଦଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିରହିଥିଲେ । ଶେଷରେ ବିଭାଗୀୟ ଅଧିକାରୀ ଲକ୍ଷପତି ଭୋଇ ଧାରଣାରେ ବସିଥିବା ପ୍ରମୋଦଙ୍କ ପରିବାର ସହ ଅଲୋଚନା କରି ଏନେଇ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.