ETV Bharat / state

ବୌଦ୍ଧ କୃଷି ଶିଳ୍ପ ନିଗମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ କୃଷି ଶିଳ୍ପ ନିଗମ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି । ଅଧିକ ପଢନ୍ତୁ...

author img

By

Published : Nov 10, 2021, 12:21 PM IST

ବୌଦ୍ଧ କୃଷି ଶିଳ୍ପ ନିଗମରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବୌଦ୍ଧ କୃଷି ଶିଳ୍ପ ନିଗମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ପ୍ରଥମେ ବର୍ଷା, ତା ପରେ ଜଳସେଚନ ବିଭାଗ ଓ ଆଉ ଏବେ ଚାଷୀଙ୍କୁ ଦାଉ ସାଧୁଛି କୃଷି ଶିଳ୍ପ ନିଗମ । ବିଭାଗରେ ବ୍ୟାପକ ଦୁର୍ନୀତି ନେଇ ଚାଷୀ ଅଭିଯୋଗ କରି ଥିବାବେଳେ ଜଣେ ଅଧିକାରୀଙ୍କ ଯୋଗୁଁ ଚାଷୀ କୌଣସି ସୁଫଳ ପାଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଚାଷୀଙ୍କୁ ପ୍ରଥମେ ଧୋକା ଦେଲା ନିଅଣ୍ଟିଆ ବର୍ଷା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ । ତା'ପରେ ଜଳସେଚନ ବିଭାଗ ଓ ଶେଷରେ ଚାଷୀଙ୍କୁ ପ୍ରତାରିତ କରୁଛି କୃଷି ଶିଳ୍ପ ବିଭାଗ ।

ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବାଉଁଶୁଣୀ, ବହିରା, ଗୋଛାପଡା, ଅଁଳାପାଲି, ମନୁପାଲି,ଦହ୍ୟା, ଗୁନ୍ଦୁଳିଆ ଭଳି ପଞ୍ଚାୟତଗୁଡିକରେ ଚାଷ ସମ୍ପୂର୍ଣ୍ଣ ଉଜୁଡି ପଡିଛି । ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ କେନାଲ ଉପରେ ନିର୍ଭର କରୁଥିବାବେଳେ ଜଳସେଚନ ବିଭାଗ ଚାଷୀଙ୍କୁ ପାଣି ଟୋପାଏ ଦେଇପାରିଲା ନାହିଁ ।

ବର୍ତ୍ତମାନ ଏନେଇ କୃଷି ଶିଳ୍ପ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ପାଲଟିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । କୃଷି ଶିଳ୍ପ ବିଭାଗର ଜଣେ ଅଧିକାରୀଙ୍କ ଯୋଗୁଁ ଦୀର୍ଘ ଦିନ ହେଲା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି ଖତ ଖାଉ ଥିବାବେଳେ ସାର ବିକ୍ରିରେ କଳା ବଜାର ଠାରୁ ନେଇ ବିହନ ଯୋଗାଣ ପର୍ଯ୍ୟନ୍ତ ସବୁଥିରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ସେପଟେ ବର୍ତ୍ତମାନ ବିଭାଗର ନୂଆ କୋଠାଘର ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇ ଥିବାବେଳେ ବିଭାଗର ଦୁର୍ନୀତି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା କୃଷି ବିଭାଗର ଦୁର୍ନୀତିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚାଷୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.