ବୌଦ୍ଧ: କୃଷି ଓ କୃଷକଙ୍କ ବଡ ପର୍ବ ଅକ୍ଷୟ ତୃତୀୟା ଆଜି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବୌଦ୍ଧରେ ମଧ୍ୟ ଚାଷୀକୂଳ ଅଖିମୁଠି କରିଥିବାବେଳେ ଚଳିତ ବର୍ଷ ଧାନ ବିହନ ପାଇଁ ଚିନ୍ତାରେ ପଡିଛନ୍ତି ।
ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇଛି । ଏଥି ସହିତ ବିଭିନ୍ନ ଗ୍ରାମ ଦେବତୀ ପୀଠରେ ଲଠା ନୂଆଁ ବା ନବାନ୍ନ ଲାଗି ହୋଇଛି । ରବିବାର ସକାକୁ ଚାଷୀ ନୂଆଁ ବସ୍ତ୍ର ପରିଧାନ କରି ନିଜ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ହେଲେ ଧାନ ବିହନ ନେଇ ସମସ୍ତଙ୍କୁ ଚିନ୍ତା ଘାରିଛି ।
ବଘିଆପଡା ନିକଟସ୍ଥ ପାଲଝାର ଫାର୍ମରେ ଚଳିତ ବର୍ଷ ସରକାରୀ ଧାନ ବିହନ କର୍ମଚାରୀଙ୍କ ଅବହେଳାରୁ ନଷ୍ଟ ହୋଇଯାଇଛି । ଫଳରେ ଚାଷୀ କିଭଳି ଧାନ ବିହନ ପାଇବ ସେନେଇ ଚିନ୍ତାରେ ପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ