ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ କ୍ଷେତରେ ଚକଡା ପୋକ ମାଡିବା ନେଇେ ଖବର ପ୍ରସାରଣ ପରେ ଚେତିଲା କୃଷି ବିଭାଗ । ଇଟିଭି ଭାରତରେ ଖବର ପ୍ରସାରଣର ଚବିଶ ଘଣ୍ଟା ମଧ୍ୟରେ କ୍ଷେତ୍ର ପରିଦର୍ଶନ ପାଇଁ ପହଞ୍ଚିଲେ ବିଭାଗୀୟ ଅଧିକାରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚକଡା଼ ପୋକ ଯୋଗୁଁ ଚାଷୀ କୂଳ ଚିନ୍ତାରେ ଥିବା ନେଇ ଖବର ପ୍ରସାରିତ ପରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ଙ୍କ ସହିତ ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ତେବେ ବୌଦ୍ଧ ଜିଲ୍ଲାର ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ ।ଅନେକ ସ୍ଥାନରେ ଧାନ ଅମଳ ହେବାକୁ ବସିଥିବା ବେଳେ ଆହୁରି ଅନେକ ସ୍ଥାନରେ ଧାନ ପରିପକ୍ବ ହୋଇନାହିଁ । ତେବେ ଏଭଳି ସମୟରେ ଧାନରେ ଚକଡା଼ ପୋକ ଚାଷୀଙ୍କୁ ଦାଉ ସାଧୁଛି । ଚକଡା଼ ପୋକ ଯୋଗୁଁ ଅନେକ ସ୍ଥାନରେ ଧାନ ଅମଳ ହେବା ପୂର୍ବରୁ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚକଡା଼ ପୋକ ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମଧ୍ୟଖଣ୍ଡ ବା ବୌଦ୍ଧ ଠାରୁ ବାଉଶୁଣୀ ପର୍ଯ୍ୟନ୍ତ ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତରେ ଚକଡା଼ ପୋକ ଯୋଗୁଁ ଶହ ଶହ ଏକର ଚାଷଜମି କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଏହାମଧ୍ୟ ପଢନ୍ତୁ..ଦାଉ ସାଜିଛି ଚକଡା଼ ପୋକ, ଚିନ୍ତାରେ ଚାଷୀ
ତେବେ ଏନେଇ ଗତକାଲି ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଯାହାର 24 ଘଣ୍ଟା ନପୁରୁଣୁ ଆଜି କ୍ଷେତ୍ର ପରିଦର୍ଶନ କରି ସ୍ଥିତିକୁ ପରଖିଛନ୍ତି ବିଭାଗୀୟ ଅଧିକାରୀ । ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏଭଳି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଧାନ ଅମଳ ହେବାକୁ ବସିଥିବା ବେଳେ ଏଭଳି ସମୟରେ ଚକଡା଼ ପୋକ ଯୋଗୁଁ ଚାଷୀ କୂଳ ଚିନ୍ତାରେ ପଡିଯାଇଛନ୍ତି । ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ବର୍ତ୍ତମାନ ଉପାୟ ଶୂନ୍ୟ ହୋଇ ପଡ଼ିଛନ୍ତି । ତେବେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଏଭଳି ଚକଡା଼ ପୋକ ବ୍ୟାପିଥିବା ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବିଶେଷ ଭାବରେ ଗହଳିଆ ଧାନ ଚାଷ ସହିତ ଧାନଗଛର ମୂଳରେ ଖରା ନବାଜିବାରୁ ଏଭଳି ଚକଡା଼ ପୋକ ଲାଗୁଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ବିଭିନ୍ନ ସ୍ଥାନରେ କୃଷି କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କୁ ଚାଷର ପ୍ରଣାଳୀ, ଚକଡା଼ ପୋକରୁ ସୁରକ୍ଷା ନେଇ ସଚେତନ କରୁଥିବା ମଧ୍ୟ ସୂଚନା ମିଳିଛି । ଧାନ କ୍ଷେତରେ ଜଳର ପରିମାଣ, ସାରର ଉପଯୋଗ ତଥା ଚାଷର ବିଭିନ୍ନ ଦିଗ ଉପରେ ଚାଷୀଙ୍କୁ ବିଭିନ୍ନ ସମୟରେ କୃଷି ବିଭାଗ ପକ୍ଷରୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ