ETV Bharat / state

ପାଲଝାର ଫାର୍ମ ଦୁର୍ନୀତିରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ, ଚାଷୀ ଅସନ୍ତୋଷ - agriculture farm house corruption

ବୌଦ୍ଧ ଜିଲ୍ଲାରେ ଥିବା ଓଡ଼ିଶାର ଅନ୍ୟତମ ପୁରୁଣା ଧାନ ବିହନ ଉତ୍ପାଦନ କେନ୍ଦ୍ର ବ୍ୟାପକ ଦୁର୍ନୀତି ଯୋଗୁଁ ବୁଡିଯିବାକୁ ବସିଛି । ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ସହ ବ୍ୟାପକ ବିହନ ଧାନକୁ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

agriculture farm house corruption in boudh
ପାଲଝାର ଫାର୍ମ ଦୁର୍ନୀତିରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ, ଚାଷୀ ଅସନ୍ତୋଷ
author img

By

Published : Jan 22, 2021, 10:07 PM IST

ବୌଦ୍ଧ: ବ୍ୟାପକ ଦୁର୍ନୀତି ଯୋଗୁଁ ବୁଡି ଯିବାକୁ ବସିଛି ଧାନ ବିହନ ଉତ୍ପାଦନ କେନ୍ଦ୍ର । ଲକ୍ଷ ଲକ୍ଷ ଟଙ୍କା ଏଠାରେ ଆତ୍ମସାତ ହୋଇଥିବା ଅଭିଯୋଗ ସହ ବ୍ୟାପକ ବିହନ ଧାନକୁ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି ।

ପାଲଝାର ଫାର୍ମ ଦୁର୍ନୀତିରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ, ଚାଷୀ ଅସନ୍ତୋଷ

ଓଡ଼ିଶାର ଅନ୍ୟତମ ପୁରୁଣା ଧାନ ବିହନ ଉତ୍ପାଦନ କେନ୍ଦ୍ର ବ୍ୟାପକ ଦୁର୍ନୀତି ଯୋଗୁଁ ବୁଡିଯିବାକୁ ବସିଛି ।ବୌଦ୍ଧ ଜିଲ୍ଲାର ବଘିଆପଡା ନିକଟରେ ଥିବା ପାଲଝାର କୃଷି ଫାର୍ମରେ ଧାନ ବିହନ ଉତ୍ପାଦିତ ହୋଇ ସରକାରଙ୍କ କୃଷି ବିଭାଗ ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ ।କିନ୍ତୁ ବିଗତ ଦୁଇ ବର୍ଷ ହେଲା ଏଠାରେ ଏଭଳି ଦୁର୍ନୀତି ହୋଇଛି ଯେ ଏବେ ଏହା ସମ୍ପୂର୍ଣ୍ଣ ବୁଡିଯିବାକୁ ବସିଛି ।

ଏଠାରେ କାର୍ଯ୍ୟ ରତ ଜଣେ କରିତକର୍ମା ସରକାରୀ ବାବୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଆସୁଛି । ଏନେଇ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ଉକ୍ତ ସରକାରୀ ବାବୁ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇ ନଥିବାରୁ ଦୁର୍ନୀତି ଆହୁରି ବଢିବାରେ ଲାଗିଛି ।କିଛି ଦିନ ତଳେ ପାଲଝାର ଫାର୍ମ ରୁ ଉତ୍ପାଦିତ ପୁରୁଣା ବିହନ ଧାନକୁ ନୂଆ ଟୋକନରେ ବଘିଆପଡା ମଣ୍ଡି ରେ ବିକ୍ରି ଉଦ୍ୟମ କରି ଚର୍ଚ୍ଚିତ ଯନ୍ତ୍ରୀ ହଟହଟା ହୋଇ ଫେରିଥିଲେ ।

ତେବେ ଉକ୍ତ ପୁରୁଣା ବିହନ ଧାନକୁ ଫାର୍ମ ପରିସରରେ ଖତ ପାଇଁ ଫୋପାଡ଼ି ଦିଆଯିବା ଘଟଣା କୁନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.