ETV Bharat / state

Boudh Mandi Issue: ବେପାରୀ ଓ ଦଲାଲଙ୍କ କବ୍ଜାରେ ଧାନମଣ୍ଡି !

author img

By

Published : Jan 22, 2022, 12:00 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ବ୍ୟାପକ ସମସ୍ୟା ଲାଗିରହିଛି । ମଣ୍ଡି ଗୁଡିକ ବେପାରୀ ଓ ଦଲାଲଙ୍କ କବ୍ଜାରେ ରହିଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ ସ୍କ୍ବାର୍ଡ ଗଠନ କରି ଚଢ଼ାଉ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

boudh mandi issue: ବେପାରୀ ଓ ଦଲାଲଙ୍କ କବ୍ଜାରେ ଧାନମଣ୍ଡି ଥିବା ଅଭିଯୋଗ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ପୁଣି ଥରେ ଚାଷୀ ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର 42 ଗୋଟି ପ୍ୟାକ୍ସର ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଥିବା ବେଳେ ଅନେକ ମଣ୍ଡିରେ ସମସ୍ୟା ଲାଗି ରହିଛି । ବାଉଁଶୁଣୀ, ବହିରା, ମୁଣ୍ଡିପଦର, ମୁଣ୍ଡାପଡା ଭଳି ଅନେକ ଧାନମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ପଡିରହିଛି ।

ପ୍ରଥମେ ଅଦିନିଆ ବର୍ଷା ଆଉ ଏବେ ସମବାୟ କର୍ମଚାରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇଛନ୍ତି ଚାଷୀ । ଧାନମଣ୍ଡି ଗୁଡିକ ବେପାରୀ ଓ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବା ସାଧାରଣରେ ଅଭିଯୋଗ ହୋଇଛି । ଏଥିସହିତ ପାଞ୍ଚରୁ ଦଶ କେଜି ପର୍ଯ୍ୟନ୍ତ କଟନୀ ଛଟନୀ ଯୋଗୁଁ ଚାଷୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଜିଲ୍ଲାର ଅନେକ ସ୍ଥାନରେ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ପ୍ରଶାସନିକ ସ୍ତରରେ ପୂର୍ବବର୍ଷ ଭଳି ସ୍କ୍ବାର୍ଡ ଗଠନ କରାଯାଇ ଚଢ଼ାଉ କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.