ETV Bharat / state

କଟକଣା କୋହଳର 3 ଦିନ ପରେ ଗଡିଲାନି ବସ, ଦୁର୍ଦ୍ଦିନରେ ଡ୍ରାଇଭର

କୋରୋନା କଟକଣା କୋହଳ ପରେ ବି ଜିଲ୍ଲାରେ ଗଡୁନି ବସ । ଅଭାବ ଅନଟନରେ ଦିନ କାଟୁଛନ୍ତି ଡ୍ରାଇଭର । ଅଧିକ ପଢନ୍ତୁ...

author img

By

Published : Jul 4, 2021, 7:28 AM IST

after lockdown buses can not running in boudha due to petrol price hike
କଟକଣା କୋହଳର ତିନିଦିନ ପରେ ଗଡିଲାନି ବସ,ଦୁର୍ଦ୍ଦିନରେ ଡ୍ରାଇଭର

ବୌଦ୍ଧ: ଜିଲ୍ଲାରେ କଟକଣା କୋହଳ ପରେ ବି ସ୍ବାଭାବିକ ହେଲାନି ବସସେବା । ଗାଡି ଚଳାଇ ଗୁଜୁରାଣ ମେଣ୍ଟାଉ ଥିବା ଡ୍ରାଇଭର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଖାଲି ପଡିଥିବା ବେଳେ ଏହାର ପ୍ରମୁଖ କାରଣ ତେଲଦର ବୃଦ୍ଧି ଓ ଯାତ୍ରୀଙ୍କ ଅଭାବ ମୁଖ୍ୟ କାରଣ ପାଲଟିଛି ।

ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତ ଟାଙ୍ଗର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ବେଚ୍ଛାସେବୀ ଧର୍ମୁଧର ପୋଢଙ୍କ ସଭାପତିତ୍ବରେ ବୈଠକରେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର,ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡଲୀ, ସ୍ଥାନୀୟ ସରପଞ୍ଚ ପ୍ରମୁଖଙ୍କ ସହିତ ପାଞ୍ଚଟି ପଞ୍ଚାୟତର ଶତାଧିକ ଡ୍ରାଇଭର ଏଥିରେ ଯୋଗ ଦେଇଥିଲେ ।

କୋରୋନା ସମୟରେ ଡ୍ରାଇଭରମାନେ ଘରେ ବସିରହିଥିବା ବେଳେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି । ତେଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ତେବେ ଏନେଇ କୌଣସି ସହଯୋଗ ନମିଳିଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.