ETV Bharat / state

ସ୍ବାଧୀନତାକୁ 75 ବର୍ଷ; ସମ୍ମାନ ତ ଦୂରର କଥା, ସରକାରୀ ସୁବିଧାରୁ ବି ବଞ୍ଚିତ ସଂଗ୍ରାମୀଙ୍କ ପରିବାର

author img

By

Published : Aug 13, 2021, 2:28 PM IST

ସ୍ବାଧୀନତାକୁ 75 ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ଆଜି ବି ଅବହେଳିତ ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କ ଦାୟାଦ । ଜାଣନ୍ତୁ ବୌଦ୍ଧର ଏପରି ଏକ ସଂଗ୍ରାମୀଙ୍କ ପରିବାର ବାବଦରେ । ଅଧିକ ପଢନ୍ତୁ...

ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ଅଲୋଡ଼ା ସଂଗ୍ରାମୀଙ୍କ ପରିବାର

ବୌଦ୍ଧ: ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳିବାକୁ ଯାଉଛି ଦେଶ । ହେଲେ ଆଜି ବି ଅଲୋଡା ହୋଇ ପଡି ରହିଛନ୍ତି ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କ ଦାୟାଦ । ଗଡଜାତ ରାଜ୍ୟ ବୌଦ୍ଧ ଅଞ୍ଚଳରେ ପ୍ରଜାମଣ୍ଡଳ, କନ୍ଧ ବିଦ୍ରୋହ, ରାଜନୈତିକ ବିଦ୍ରୋହ, ଛାତ୍ର ଆନ୍ଦୋଳନ ଭଳି ବିଭିନ୍ନ ପର୍ଯ୍ୟାୟରେ ଦେଶ ମାତୃକାର ମୁକ୍ତି ପାଇଁ ସ୍ବର ଉତ୍ତୋଳନ ହୋଇଥିଲା ।

ଏଭଳି ଏକ ବିଦ୍ରୋହର ନେତୃତ୍ୱ ନେଇଥିଲେ ବୌଦ୍ଧ ଶଗଡା ଅଞ୍ଚଳର ଅପହଞ୍ଚ ଶିଗାଡି, ବାତେପଙ୍ଗା, ବାଡେପଙ୍ଗା, ଚୁହୁରାକୋଣ ଭଳି ଇଲାକାର କନ୍ଧ ସର୍ଦ୍ଦାର ଆନନ୍ଦ କହଁର । ଆନନ୍ଦଙ୍କ ନେତୃତ୍ୱରେ କନ୍ଧ ସମ୍ପ୍ରଦାୟର ଶହ ଶହ ପ୍ରଜା ବେଠୀ, ମାଗଣ କର ଖଜଣା ଭଳି ପ୍ରଥା ବିରୋଧରେ ଆନ୍ଦୋଳନ କରି କେବଳ ରାଜତନ୍ତ୍ର ବିରୋଧରେ ନୁହେଁ, ସମଗ୍ର ପଶ୍ଚିମାଞ୍ଚଳରେ ଥିବା ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲେ ।

ଆଜି ମଧ୍ୟ ଆନନ୍ଦଙ୍କ ବିରତ୍ବର କାହାଣୀ ସମ୍ପୃକ୍ତ ଅଞ୍ଚଳରେ ଲୋକକଥା ହୋଇ ରହିଛି । ତେବେ ଏଭଳି ସଂଗ୍ରାମୀଙ୍କ ସମ୍ପର୍କରେ ଇତିହାସ ସମ୍ପୂର୍ଣ୍ଣ ନିରବୀ ଯାଇଥିବା ବେଳେ ତାଙ୍କ ଉତ୍ତର ଦାୟାଦଙ୍କୁ ମଧ୍ୟ କୌଣସି ସମ୍ମାନ ମିଳିପାରି ନାହିଁ । ସମ୍ମାନ ତ ଦୂରର କଥା, ସରକାରୀ ମୌଳିକ ସୁବିଧା ମଧ୍ୟ ତାଙ୍କ ପାଇଁ ଅପହଞ୍ଚ ହୋଇ ପଡିଛି । ଏଭଳି ଉଦାହରଣ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ରହିଥିବା ବେଳେ ଆଜି ମଧ୍ୟ ବଘିଆବାହାଲର ତତ୍କାଳୀନ ଛାତ୍ର କଂଗ୍ରେସର ସଭାପତି ସଂଗ୍ରାମୀ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଗୌର ମୋହନ ମିଶ୍ରଙ୍କ ଭଳି ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କୁ ସରକାରୀ ସମ୍ମାନ ମିଳିପାରି ନାହିଁ । ସେପଟେ ଦେଶ ସ୍ବାଧୀନତାର 75 ବର୍ଷ ଅବସରରେ ବୌଦ୍ଧ ଜିଲ୍ଲାର 75 ଗୋଟି ସ୍ଥାନରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପୀଢ଼ିଙ୍କୁ ଯୋଡିବାର କାର୍ଯ୍ୟକ୍ରମ ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.