ETV Bharat / state

କାର୍ଯ୍ୟରେ ଅବହେଳା ଯୋଗୁଁ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

28 ଜଣ ଚାଷୀ, ରବିଧାନ ବିକ୍ରି କରିନପାରିବା ଘଟଣାକୁ ନେଇ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କାର୍ଯ୍ୟରେ ଅବହେଳା ଯୋଗୁଁ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟରେ ଅବହେଳା ଯୋଗୁଁ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
author img

By

Published : Apr 25, 2021, 7:47 AM IST

ବୌଦ୍ଧ: କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରି ଫସିଲେ ରାଜସ୍ବ ନିରୀକ୍ଷକ । ଧାନ ପଞ୍ଜିକରଣ କାର୍ଯ୍ୟରେ ସହଯୋଗ ନକରିବାରୁ 28 ଜଣ ଚାଷୀ, ରବିଧାନ ବିକ୍ରି କରିନପାରିବା ଘଟଣାକୁ ନେଇ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କୃଷି ବିଭାଗଠାରୁ ସମବାୟ ବିଭାଗ ଓ ରାଜସ୍ବ ବିଭାଗ, ସମସ୍ତଙ୍କ ଗୋଚରରେ ଚାଲିଛି ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ ।

କାର୍ଯ୍ୟରେ ଅବହେଳା ଯୋଗୁଁ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବ୍ୟାପକ ଦୁର୍ନୀତିରେ ବୁଡି ରହିଥିବା ବୌଦ୍ଧ ଜିଲ୍ଲାର କୃଷି ବିଭାଗ ଓ ରାଜସ୍ବ ବିଭାଗର କେତେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ସହ ସମବାୟ ବିଭାଗର କିଛି ଦଲାଲ ଧାନ ପଞ୍ଜିକରଣ ନାରେ ବ୍ୟାପକ ଅନିୟମିତତା କାର୍ଯ୍ୟ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଗତ ଖରିଫ ସମୟରେ ଏଭଳି ଦୁର୍ନୀତି ଯୋଗୁଁ ବୌଦ୍ଧ ଜିଲ୍ଲାପାଳ ପାଞ୍ଚ ଜଣ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବିତ କରିଥିଲେ । ବର୍ତ୍ତମାନ ପୁଣିଥରେ ରବିଧାନ ପଞ୍ଜିକରଣ କାର୍ଯ୍ୟରେ ଜଣେ ଆରଆଇଙ୍କ ଚରମ ଅବହେଳା ସମ୍ମୁଖକୁ ଆସିଛି ।

ମଣ୍ଡିର 28 ଜଣ ଚାଷୀଙ୍କ ପଞ୍ଜିକରଣ କାର୍ଯ୍ୟରେ ସହଯୋଗ କରିନଥିବାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୌଦ୍ଧ ଜିଲ୍ଲାପାଳ କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.