ETV Bharat / state

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବିକ୍ଷୋଭରେ ସାମିଲ ହେଲା ବିଦ୍ୟୁତ କର୍ମଚାରୀ ସଂଘ - protest against govt in boudh

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଗଣଧାରଣା ଆଜି(ଗୁରୁବାର) ଶେଷ ହୋଇଛି । ଶେଷ ଦିନରେ ଏହି ସଙ୍ଗଠନ ସହ ବିଦ୍ୟୁତ କର୍ମଚାରୀ ସଂଘ ଓ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।

boudh
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର
author img

By

Published : Nov 5, 2020, 9:08 PM IST

ବୌଦ୍ଧ: ତିନିଦିନ ଧରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଗଣଧାରଣାର ଶେଷ ଦିନରେ ଯୋଗ ଦେଇଛି ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ସାମିଲ ହେଲା ବିଦ୍ୟୁତ କର୍ମଚାରୀ ସଂଘ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଗଣଧାରଣା ଆଜି(ଗୁରୁବାର) ଶେଷ ହୋଇଛି । ଶେଷ ଦିନରେ ଏହି ସଙ୍ଗଠନ ସହ ବିଦ୍ୟୁତ କର୍ମଚାରୀ ସଂଘ ଓ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।

boudh
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର

ଏକ ବିଶାଳ ଶୋଭାଯାତ୍ରାରେ ମିଳିତ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ବିଶେଷ ଭାବରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସହ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅନେକ ସମସ୍ୟା ନେଇ ଏହି ଦାବିପତ୍ର ଦିଆଯାଇଛି ।

ଯଦି ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ସଙ୍ଗଠନ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.