ETV Bharat / state

ଦଶହରା ପାଇଁ ଚଳଚଞ୍ଚଳ ବୌଦ୍ଧ, ଅସ୍ତ୍ରଶସ୍ତ୍ର ପୂଜନ ସହ ଟିହା ପକ୍ଷୀ ଦେଖା ପର୍ବ ପାଳିତ

author img

By ETV Bharat Odisha Team

Published : Oct 24, 2023, 10:48 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜି ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଦଶହରା ଅନୁକୂଳ ସହ ଶୁଭ ଅନୁକୂଳ ପାଇଁ ଟିହା ପକ୍ଷୀ ଦେଖା ପର୍ବ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଦଶହରା ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା, ଅସ୍ତ୍ରଶସ୍ତ୍ର ପୂଜନ ସହ ଟିହା ପକ୍ଷୀ ଦେଖା ପର୍ବ ପାଳିତ

ବୌଦ୍ଧ: ଆଜି ଦଶହରା । ଉତ୍ସବ ମୁଖର ଗାଁ ଠୁ ସହର । ଏନେଇ ବୌଦ୍ଧର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପାରମ୍ପରିକ ରୀତିନୀତିରେ ଅସ୍ତ୍ରଶସ୍ତ୍ର ର ପୂଜନ ଉତ୍ସବ ସହ ଟିହା ଦେଖା ପର୍ବ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।

ଆଜି ବିଜୟା ଦଶମୀ ଉତ୍ସବ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଛି । ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ବୌଦ୍ଧ ପୋଲିସ ଥାନାରେ ଦଶହରା ପର୍ବ ପାଳନ କରାଯାଇଛି । ଆଜି ଖାକି ପୋଷାକ ବଦଳରେ ସ୍ବତନ୍ତ୍ର ବସ୍ତ୍ର ପରିଧାନ ପୂର୍ବକ ଦୁର୍ଗାପୂଜା ଓ ଅସ୍ତ୍ର ପୂଜା କରାଯାଇଥିଲା । ଏଭଳି ପଦକ୍ଷେପ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାବେଳେ ପାରମ୍ପରିକ ଶୈଳୀରେ ଖଣ୍ଡା ଓ ବନ୍ଧୁକ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଓ ଶକ୍ତି ପୀଠରେ ଶ୍ରଦ୍ଧାଳୁ ମାନେ ଅସ୍ତ୍ର ପୂଜନ କରିଥିଲେ । ଆଜି ମଧ୍ୟ ଅନେକ ସ୍ଥାନରେ ଦଶହରା ଅନୁକୂଳ ସହିତ ଶୁଭ ଅନୁକୂଳ ପାଇଁ ଟିହା ଦେଖା ପର୍ବ ପାଳନ କରାଯାଇଥିଲା ।

ଦଶହରା ଅନୁକୂଳ ସହ ଅସ୍ତ୍ରଶସ୍ତ୍ର ପୂଜାର୍ଚ୍ଚନା ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଗଡ଼ଜାତ ଶାସନ କାଳରେ ବୌଦ୍ଧ ରାଜ୍ୟରେ ଦଶହରା ଉତ୍ସବର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଥିଲା । ଦେବୀ କନକ ଦୁର୍ଗାଙ୍କ ପାଟ ଖଣ୍ଡା ଓ ପାଟ ଛତ୍ର ସାରା ନଗର ପରିକ୍ରମା କରାଯାଉଥିଲା । ବିଜୟା ଦଶମୀ ଦିନ ସକାଳୁ ଟିହା ଦେଖା ପର୍ବ ପାଳନ କରାଯାଉଥିବା ବେଳେ ଅପରାହ୍ନରେ ଦଶହରା ପଦା ଠାରେ ଲାଖ ବିନ୍ଧା,ତୋପ ଚାଳନା, ତରବାରୀ ଚାଳନା, ଧନୁତୀର ଚାଳନା ଭଳି ବିଭିନ୍ନ ପାରମ୍ପରିକ କୌଶଳ ପ୍ରଦର୍ଶନ ସହିତ ଦଶହରା ଅନୁକୂଳ କରାଯାଉଥିଲା । ଏନେଇ ବୌଦ୍ଧର ଶତାୟୁ ସ୍ବାଧିନତା ସଂଗ୍ରାମୀ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀର ଅନନ୍ୟ ଆକର୍ଷଣ, କାଉଁରିଆ କାଠି ଓ ଫଳରେ ସଜ୍ଜିତ ତୋରଣରେ ପୂଜା ପାଉଛନ୍ତି ହରଗୌରି

ସୂଚନା ଥାଉ କି, ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶାରଦୀୟ ଷୋଳପୂଜା ମହାଷ୍ଟମୀ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଚାଲିଥିବା ବେଳେ ଗତକାଲି ମହାନବମୀ ପାଳନ କରାଯାଇଥିଲା । ଏବଂ ଆଜି ବିଭିନ୍ନ ପ୍ରାଚୀନ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ସହ ପୂଜା ମଣ୍ଡପ ଗୁଡ଼ିକରେ ବିଜୟା ଦଶମୀ ପାଳନ କରାଯାଇଛି । ଜିଲ୍ଲାର ଆରାଧ୍ୟ ଦେବୀ ମାଁ ଭୈରବୀଙ୍କ ପୀଠରେ ଶାରଦୀୟ ପୂଜନ ଉତ୍ସବ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମହାଷ୍ଟମୀ ପରେ ଭକ୍ତମାନେ ଦେବୀ ଭୈରବୀଙ୍କ ଦର୍ଶନଙ୍କ କରିଥିବା ବେଳେ ଘଣ୍ଟାପଡା ଠାରେ ତେଲନଦୀ କୂଳରେ ଅବସ୍ଥିତ ଦେବୀ ସମଲେଶ୍ବରୀଙ୍କ ପୀଠରେ ମଧ୍ୟ ନିଶି ଯାତ୍ରା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.