ETV Bharat / state

ବଞ୍ଚିଛି ମାନବିକତା: ଅଜଣା ଶବ ପାଇଁ ପରିବାର ପାଲଟିଲା ସ୍ବେଚ୍ଛାସେବୀ ସଙ୍ଗଠନ - ବଞ୍ଚିଛି ମାନବିକତା

ବୌଦ୍ଧ ମେଡିକାଲରେ ପଡିଥିବା ଏକ ଅଜଣା ମୃତଦେହକୁ ଅନ୍ତିମ ସଂସ୍କାର କରିଛନ୍ତି ଗଙ୍ଗାଧର ମେହେର ନାମକ ଏକ ସଙ୍ଗଠନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 13, 2019, 12:15 AM IST

ବୌଦ୍ଧ: ସ୍ବାର୍ଥପର ଦୁନିଆରେ ଅନ୍ୟ ମାନଙ୍କ କଥା ଭାବିବା ପାଇଁ କାହାକୁ ସମୟ ନାହିଁ । ସାହାଯ୍ୟ କଥା ଉଠିଲେ ମୁହଁମୋଡି ଚାଲିଯାଆନ୍ତି ସମସ୍ତେ । କିନ୍ତୁ ଆଜି ବି ବଞ୍ଚିଛି ମାନବିକତା । ତାହା ପ୍ରମାଣିତ କରି ଦେଖାଇଛନ୍ତି ବୌଦ୍ଧ ଜିଲ୍ଲାର ଗଙ୍ଗାଧର ମେହେର ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ସଂଗଠନର କର୍ମକର୍ତ୍ତା ଏକ ଅଜଣା ମୃତଦେହକୁ ଅନ୍ତିମ ସଂସ୍କାର କରିଛନ୍ତି । ଯାହା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଗୁରୁବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବିଭାଗ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ବୃଦ୍ଧଙ୍କ କୌଣସି ସମ୍ପର୍କୀୟ ନଥିବାରୁ ମେଡିକାଲର ଡାଇରିଆ ୱାର୍ଡରେ ପଡି ରହିଥିଲା ମୃତଦେହଟି । ଖବର ପାଇ ଏହି ସଙ୍ଗଠନ ମୃତଦେହକୁ ଅନ୍ତିମ ସଂସ୍କାର କରିଥିଲେ । ସଙ୍ଗଠନର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.