ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 14 ମହିଳା

ପୁଣି ଏକ ସଡକ ଦୁର୍ଘଟଣାରେ ସାତ ଜଣ ମହିଳା ଆହତ ହୋଇଥିବାବେଳେ ଅନ୍ୟ ସାତ ଜଣ ବର୍ତ୍ତିଯାଇଛନ୍ତି । ସେପଟେ ସାମାନ୍ୟ ବଚସାରେ ଜଣେ ଦୁର୍ବୃତ୍ତଙ୍କ ଛୁରା ମାଡରେ ଗୁରୁତର ଯୁବକଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 17, 2021, 10:43 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ14 ଜଣ ମହିଳା

ବୌଦ୍ଧ : ଥମିବାର ନା ଧରୁନି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ସମେତ ବିଭିନ୍ନ ସଡକ ବିପଦସଙ୍କୁଳ ହୋଇପଡିଛି । ବୁଧବାର ପୁଣି ଏକ ସଡକ ଦୁର୍ଘଟଣାରେ ସାତ ଜଣ ମହିଳା ଗୁରୁତର ହୋଇଥିବାବେଳେ ଅନ୍ୟ ସାତ ଜଣ ମହିଳା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ସାଲେସିଂ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସେପଟେ ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ହଟୁଆପଡା ଗ୍ରାମରେ ଏକ ଭୋଜିରେ ସାମାନ୍ୟ ବଚସାରୁ ଜଣେ ଦୁର୍ବୃତ୍ତଙ୍କ ଛୁରା ଆକ୍ରମଣରେ ଜଣେ ଯୁବକଙ୍କ ପାକସ୍ଥଳୀ ପଦାକୁ ବାହାରି ପଡିବା ସହ ଗୁରୁତର ଅବସ୍ଥାରେ ଯୁବକକୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.