ETV Bharat / state

ଜନ୍ମମାଟିରୁ ଉଠିଲା ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି - ମାନବପ୍ରେମୀ ଆଦିତ୍ୟ ଦାସ

ସମାଜସେବୀ 'ମାନବପ୍ରେମୀ' ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଥିବା ବେଳେ ସୋମବାର ତାଙ୍କ ଜନ୍ମମାଟିରୁ ବିରୋଧ ଉଠିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି ହୋଇଛି । ଅଧିକ ପଢନ୍ତୁ...

A CBI probe into Aditya's death case
ଜନ୍ମମାଟିରୁ ଉଠିଲା ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି
author img

By

Published : Jul 13, 2020, 5:31 PM IST

Updated : Jul 13, 2020, 8:02 PM IST

ବୌଦ୍ଧ: ମଦମୁକ୍ତି ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ସମାଜସେବୀ 'ମାନବପ୍ରେମୀ' ଆଦିତ୍ୟ ଦାସ । ଦିନକୁ ଦିନ ତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଥିବା ବେଳେ ଆଜି ତାଙ୍କ ଜନ୍ମମାଟିରୁ ବିରୋଧ ଉଠିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି ହୋଇଛି ।

ଜନ୍ମମାଟିରୁ ଉଠିଲା ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ମାନବପ୍ରେମୀ ଆଦିତ୍ୟ ଦାସ ବୌଦ୍ଧ ଜିଲ୍ଲାର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ଜନ୍ମମାଟି ମଧ୍ୟ ତାଙ୍କୁ ଝୁରୁଛି । ମଦମୁକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଏହି କ୍ରମରେ ସୋମବାର ଆଦିତ୍ୟଙ୍କ ଜନ୍ମମାଟି ବୌଦ୍ଧ ଜିଲ୍ଲାର ତାଳସରଡା ଗ୍ରାମରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମିଳିତ ହୋଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ପ୍ରକାଶ ଥାଉ କି, ଜୁଲାଇ 7 ତାରିଖ ଦିନ ପିପୁଲ ଫର ସେବା ପାଇଁ କାମ କରୁଥିବା ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ଜିଆରପି ପୋଲିସ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସନ୍ଦେହ ଘେରରେ ରହିଛି । ତେବେ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡିପ୍ରେସନରେ ଥିବାବେଳେ ଫେସବୁକରେ ଡିପ୍ରେସନ ମେସେଜ ଦେଉଥିଲେ । ଯେଉଁଥିଲାଗି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିଲା । ହେଲେ ଏବେ ବୁଢିଆଣି ଜାଲ ପରି ତାଙ୍କ ମୃତ୍ୟୁର ଗୁମର ଘନେଇବାରେ ଲାଗିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 13, 2020, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.