ETV Bharat / state

ବ୍ୟାପକ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ପ୍ୟାକ୍ସ, ବ୍ୟାଙ୍କରୁ ମିଳୁନି ଋଣ ! - ବୌଦ୍ଧ କୋପୋରେଟିଭ ବ୍ୟାଙ୍କ

ବ୍ୟାପକ ସମସ୍ୟା ଘେରରେ ବୌଦ୍ଧର ବିଭିନ୍ନ ସେବା ସମବାୟ ସମିତି । ଅନେକ ସମିତିର ନିଜସ୍ଵ ଜାଗା କିମ୍ବା ନିଜସ୍ଵ ଗୃହ ନଥିବା ଦେଖିବାକୁ ମିଳିଛି । ସେପଟେ ଦୁଇ ଜିଲ୍ଲାର ଏକମାତ୍ର କୋପୋରେଟିଭ ବ୍ୟାଙ୍କ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ଋଣ ଯୋଗାଇବାରେ ବିଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବ୍ୟାପକ ସମସ୍ୟା ଘେରରେ ଜିଲ୍ଲାର ପ୍ୟାକ୍ସ, ବ୍ୟାଙ୍କରୁ ମିଳୁନି ଋଣ !

author img

By ETV Bharat Odisha Team

Published : Nov 17, 2023, 8:49 AM IST

ବ୍ୟାପକ ସମସ୍ୟା ଘେରରେ ଜିଲ୍ଲାର ପ୍ୟାକ୍ସ, ବ୍ୟାଙ୍କରୁ ମିଳୁନି ଋଣ !

ବୌଦ୍ଧ: ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି । କେଉଁଠି ସମିତିର ନିଜସ୍ଵ ଗୃହ ନାହିଁ ତ ଆଉ କେଉଁଠି ନିଜର ଜାଗା ନାହିଁ । ସରକାର ସମସ୍ତ ଗୋଷ୍ଠୀକୁ ବିନା ସୁଧରେ ଋଣ ପ୍ରଦାନ ପାଇଁ ନିୟମ କରିଥିବା ବେଳେ 2ଟି ଜିଲ୍ଲାର ଏକମାତ୍ର କୋପରେଟିଭ ବ୍ୟାଙ୍କରୁ ଋଣ ମିଳୁନଥିବା ଅଭିଯୋଗ ହୋଇଛି । 70ତମ ଜାତୀୟ ସମବାୟ ସପ୍ତାହ ପାଳନ ଅବସରରେ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଚାଷୀଙ୍କୁ ସେବା ଯୋଗାଇଦେବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଛି ସେବା ସମବାୟ ସମିତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ୪୨ଟି ପ୍ୟାକ୍ସ ରହିଥିବା ବେଳେ କୃଷି ପ୍ରଧାନ ଜିଲ୍ଲାର ପ୍ରମୁଖ କାର୍ଯ୍ୟ ଉଭୟ ଖରିଫ୍ ଓ ରବି ଧାନ ସଂଗ୍ରହ ଏହା ଉପରେ ନିର୍ଭରଶୀଳ । କିନ୍ତୁ ଜିଲ୍ଲାର କୁଶଙ୍ଗ, ସାମ୍ପୋଚ, ମଥୁରା, ସରସରା,ଆମ୍ବଝରୀ,ଶଗଡ଼ା, ଶୁଣ୍ଢିପଦର, ବିଳାସପୁର, ମନମୁଣ୍ଡା, ଦପଲା, ସିମିଳିପଦର, ବରଗାଁ, ଉମା ଭଳି ବିଭିନ୍ନ ସ୍ଥାନରେ ଥିବା ପ୍ୟାକ୍ସ କାର୍ଯ୍ୟାଳୟ ବ୍ୟାପକ ସମସ୍ୟା ଘେରରେ ରହିଥିବା ସୂଚନା ମିଳିଛି । କେତେକ ପ୍ୟାକ୍ସର ନିଜସ୍ଵ ଜାଗା କିମ୍ବା ନିଜସ୍ଵ ଗୃହ ନଥିବାରୁ ସେଗୁଡ଼ିକ ଭଡ଼ାଘରେ ନଚେତ ଅନ୍ୟ କୈାଣସି ସ୍ଥାନରେ ଚରମ ଅବ୍ୟବସ୍ଥା ଘେରରେ ଚାଲୁଥିବା ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାରେ ଧାନ ସଂଗ୍ରହ ସହିତ ଦୁଗ୍ଧ ଚାଷୀ, ପନିପରିବା, ବୁଣାକାର୍ଯ୍ୟ ଭଳି ବିଭିନ୍ନ ସୋସାଇଟି ରହିଥିବା ବେଳେ ବୌଦ୍ଧଠାରେ ରହିଛି ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଏକମାତ୍ର ନିଜସ୍ଵ ବ୍ୟାଙ୍କ୍‌ ବିସିସି ବ୍ୟାଙ୍କ୍‌ ପ୍ରତିଷ୍ଠା ହୋଇଛି । କିନ୍ତୁ ଏହି ବ୍ୟାଙ୍କ ମଧ୍ୟ ବ୍ୟାପକ ବିଶୃଙ୍ଖଳା ମଧ୍ୟରେ ଗତି କରୁଥିବା ସୂଚନା ମିଳିଛି । ପରିଚାଳନା ଗତ ତ୍ରୁଟି ତଥା ଆନ୍ତରିକତା ଅଭାବରୁ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ବର୍ତ୍ତମାନ ନାନା ସମସ୍ୟା ଦେଇ ଗତି କରୁଛି । ଏପରିକି ଚାଷୀ ଓ ମହିଳା ଗୋଷ୍ଠୀଙ୍କ ପାଇଁ ସରକାର ଘୋଷଣା କରିଥିବା ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାପକ ସମସ୍ୟା ରହୁଛି । ଏପରିକି ବୁଣାକାରଙ୍କୁ ଏହି ଋଣ ସହାୟତା ଆଦୌ କରାଯାଉ ନଥିବା ବୁଣାକାରମାନେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ତେବେ 70ତମ ଜାତୀୟ ସମବାୟ ସପ୍ତାହ ପାଳନ ଅବସରରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଏନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସରକାରୀ ସ୍ତରରେ କୌଣସି ଡିପୋଜିଟ ହେଉନଥିବାରୁ ଋଣ ପ୍ରଦାନ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜୁଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇ ଥିବା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ଏହି ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ 4 ବର୍ଷ ହେଲା ଜିଲ୍ଲାର ପ୍ୟାକ୍ସ ଗୁଡ଼ିକୁ ଧାନ କ୍ରୟର କମିଶନ ପାଉଣା ମିଳିପାରିନାହିଁ । ବର୍ତ୍ତମାନ ସମୟରେ କେବଳ ଗୋଟିଏ ବର୍ଷର କମିଶନ ଦିଆଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଗୁରୁବାର ଦିନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଆସି ଜିଲ୍ଲାର ଚାରିଛକଠାରେ ବନ୍ଦ ପଡ଼ିଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ପୁନଃ କାର୍ଯ୍ୟକ୍ଷମ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ମନମୁଣ୍ଡା ଠାରେ ବୟନିକା ପକ୍ଷରୁ ସ୍ଥାନୀୟ ବୁଣାକାରମାନଙ୍କ ପାଇଁ ବିଭିନ୍ନ ଯୋଜନାର ସାମଗ୍ରୀ ପ୍ରଦାନ କରିଥିଲେ । ମନମୁଣ୍ଡା ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଡବ୍ଲୁଓଡିସି ଅଧ୍ୟକ୍ଷ ଅସୀତ କୁମାର ତ୍ରିପାଠୀ ବୁଣାକାରମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.