ETV Bharat / state

ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 70 ଚିହ୍ନଟ

ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି କୋରୋନାରୂପୀ କହର । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂଆ 70ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ 17 ଜଣ କେବଳ ବୌଦ୍ଧ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 70 ଚିହ୍ନଟ
ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 70 ଚିହ୍ନଟ
author img

By

Published : Apr 27, 2021, 10:03 AM IST

ବୌଦ୍ଧ: ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି କୋରୋନାରୂପୀ କହର । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂଆ 70ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ 17 ଜଣ କେବଳ ବୌଦ୍ଧ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପୁଣି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ସେଣ୍ଟରରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ଦୁଇ ଦିନର ସଟଡାଉନ ପରେ ଗତକାଲି(ସୋମବାର) ପୁଣିଥରେ ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।

ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 70 ଚିହ୍ନଟ

ଅନେକ ଅମାନିଆ କୋରୋନା କଟକଣାକୁ ମାନୁନଥିବାରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଛି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନକୁ କଡା ଚେତାବନୀ ଦିଆଯିବା ସହ ଗୋଟିଏ ଦୋକାନଠୁ ପାଞ୍ଚ ହଜାର ଟଙ୍କା ଫାଇନ ଆଦାୟ କରାଯାଇ ଦୋକାନକୁ ସିଲ କରିଦିଆଯାଇଥିବା ସୂଚନା ମିଳିଛି । ସେପଟେ ଦାଦନ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହୋଇସାରିଥିଲେ ମଧ୍ୟ ଶ୍ରମ ବିଭାଗ ନିକଟରେ ଏନେଇ କୌଣସି ସୂଚନା ନାହିଁ ।

ତେବେ ବୌଦ୍ଧ କୋଭିଡ କେୟାର ପାଇଁ ପୁରୁଣା ଆଇଟିଆଇ କୋଠାକୁ ଚୟନ କରାଯାଇଛି । ଏନେଇ ଜିଲ୍ଲାପାଳ ଏହାକୁ ବୁଲି ଦେଖିବା ସହ କୋଭିଡ ସେଣ୍ଟରର ସ୍ଥିତି ଓ ଅକ୍ସିଜେନର ସ୍ଥିତି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.