ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ପୁଣେ ସହରରେ ଗତ 24 ଘଣ୍ଟା ମଧ୍ୟରେ 3,267 କୋଭିଡ ମାମଲା ପଞ୍ଜୀକୃତ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ସହରରେ 1813 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 25 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେହିପରି ସହରରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ମାମଲା 21,730 ରହିଛି । ମୋଟ 4,06,894 କୋରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 9,413 ରେ ପହଞ୍ଚିଛି । ବର୍ତ୍ତମାନ ସମଗ୍ର ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ଦ୍ବିତୀୟ ଲହର ଦେଖାଦେଇଥିବା ବେଳେ ସରକାରଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ସେହିପରି ସମଗ୍ର ରାଜ୍ୟରେ କୋଭିଡ କଟକଣା କଡାକଡି କରାଯାଇଥିବାବେଳେ କିଛି ସହରରେ ରାତ୍ରୀ କାଳିନ କର୍ଫ୍ୟୁକୁ ମଧ୍ୟ ପୁନଃ ଜାରି କରାଯାଇଛି।
ତେବେ ସଂକ୍ରମଣ ହାରରେ ଯଦି ରୋକ ନଲାଗେ ତେବେ ପୁଣିଥରେ ଲକ ଡାଉନ ଜାରି ହେବାପରି ସ୍ଥିତି ସୃଷ୍ଟି ହେବା ନେଇ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ସରକାର । କୋଭିଡ ଗାଇଡଲାଇନ ଓ ସମାଜିକ ଦୂରତାକୁ କଡାକଡି ପାଳନ କିରିବା ପାଇଁ ସରକାର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ , ଈଟିଭି ଭାରତ