ETV Bharat / state

ବୌଦ୍ଧରେ ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, 3 ଗିରଫ - ବୌଦ୍ଧରେ ବ୍ୟାଙ୍କ ଡକାୟତି ଯୋଜନା

ବୌଦ୍ଧ ଥାନା ଅନ୍ତର୍ଗତ ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା 3 ଜଣ ଡକାୟତଙ୍କୁ ଧରିଛି ପୋଲିସ । ଘଟଣାରେ 2 ଫେରାର । ଅଧିକ ପଢନ୍ତୁ...

ବୌଦ୍ଧରେ ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, 3 ଗିରଫ
ବୌଦ୍ଧରେ ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, 3 ଗିରଫ
author img

By

Published : Feb 5, 2020, 3:41 AM IST

ବୌଦ୍ଧ: ବ୍ୟାଙ୍କ ଡକାୟତି ପାଇଁ ଯୋଜନା କରୁଥିବା ଏକ ଡକାୟତ ଗ୍ୟାଙ୍ଗର 3 ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଘଟଣାରେ ଅନ୍ୟ ଦୁଇ ଜଣ ଡକାୟତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ବୌଦ୍ଧ ଥାନା ଅନ୍ତର୍ଗତ ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଡକାୟତି ପାଇଁ ଯୋଜନା କରୁଥିଲା ଏହି ଡକାୟତ ଗ୍ୟାଙ୍ଗ୍‌ ।

ବୌଦ୍ଧରେ ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, 3 ଗିରଫ

ପଦ୍ମନପୁର ପଞ୍ଚାୟତର ତୁଳସୀପୁର ବାଇପାସ ନିକଟରେ ସୋମବାର ଅପରାହ୍ନ ୩ଟା ସମୟରେ କିଛି ସନ୍ଦିଗ୍ଧ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଏଥିରେ ତିନି ଜଣ ଡକାୟତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇ ଜଣ ଡକାୟତ ବାଇକରେ ଫେରାର ହୋଇଯାଇଛନ୍ତି ।

ଘଟଣାସ୍ଥଳରୁ ପୋଲିସ ଏକ ପିସ୍ତଲ ସମେତ ଗୋଟିଏ ଖଣ୍ଡା, ତିନୋଟି ମୋବାଇଲ, 9 ଶହ ଟଙ୍କା, କିଛି ଆପତ୍ତିଜନକ କାଗଜ ଓ ଗୋଟିଏ ମୋଟର ସାଇକେଲକୁ ଜବତ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି । ତେବେ ଫେରାର ଅନ୍ୟ 2 ଡକାୟତଙ୍କ ପରିଚୟ ମିଳିସାରିଥିବା ବେଳେ ସେମାନଙ୍କୁ ଶୀଘ୍ର ଧରାଯିବ ବୋଲି ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ପୋଲିସ କୁ ବଡ ଧରଣର ସଫଳତା ।ଏକ ବ୍ୟାଙ୍କ ଡକାୟତି ପାଇଁ ଯୋଜନା କରୁଥିବା ଏହି ଡକାୟତ ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ବୌଦ୍ଧ ଥାନା ଅନ୍ତର୍ଗତ ଜହ୍ନାପଙ୍କ ଫାଣ୍ଡି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଡକାୟତି ପାଇଁ ଯୋଜନା କରୁଥିବା ଏକ ଡକାୟତ ଗ୍ୟାଙ୍ଗକୁ ପୋଲିସ କାବୁ କରିବାରେ ସଫଳ ହୋଇଛି ।ସୂଚନା ଅନୁଯାୟୀ ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତ ର ତୁଳସୀପୁର ବାଏପାସ ନିକଟରେ ସୋମବାର ଅପରାହ୍ନ ୩ ଟା ସମୟରେ କିଛି ସନ୍ଦିଗ୍ଧ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲେ ।ଏଥିରେ ତିନି ଜଣ ଡକାୟତ ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା ବେଳେ ଆଉ ଦୁଇ ଜଣ ଡକାୟତ ବାଇକରେ ଫେରାର ହୋଇଯାଇଥିଲେ ।ଘଟଣା ସ୍ଥଳରୁ ପୋଲିସ ଏକ ପିସ୍ତଲ, ଗୋଟିଏ ଖଣ୍ଡା,ତିନୋଟି ମୋବାଇଲ ,ନଶହ ଟଙ୍କା ଓ କିଛି ଆପତ୍ତିଜନକ କାଗଜ ସହିତ ଏକ ୟାମାହା ଏଫଜେଡସି ମୋଟରସାଇକେଲ କୁ ଜବତ କରି ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି।ଫେରାର ଅନ୍ୟ ଦୁଇ ଡକାୟତ ଙ୍କ ପରିଚୟ ମିଳିସାରିଥିବାରୁ ତାଙ୍କୁ ଅତିଶୀଘ୍ର ଧରାଯିବ ବୋଲି ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି ।

Body:ବ୍ୟାଙ୍କ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗକୁ ମାଡି ବସିଲା ବୌଦ୍ଧ ପୋଲିସ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.