ବୌଦ୍ଧ: ଗତ ଦୁଇ ଦିନରେ ବୌଦ୍ଧ ଜିଲ୍ଲାରେ 3 ଦୁର୍ଘଟଣା ଘଟିଥିବାବେଳେ ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ମଧ୍ୟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।
ସେମାନେ ହେଲେ ବୌଦ୍ଧ ଜିଲ୍ଲା ପରିଷଦର ପ୍ରଥମ ଅଧ୍ୟକ୍ଷ ତଥା ଜୋତା ବ୍ୟବସାୟରେ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇ ରାଷ୍ଟ୍ରପତି ପୁରସ୍କୃତ ସେକ ସଲିମଙ୍କ 75 ବର୍ଷ ବୟସରେ ପରଲୋକ ଘଟିଛି । ସେହିପରି ଜିଲ୍ଲାର ଅନ୍ୟତମ ବିଶିଷ୍ଟ ଚିତ୍ରକର ଉଦୟ ସିଂଙ୍କ ମଧ୍ୟ ପରଲୋକ ଘଟିଛି ।
ସୋମବାର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ପୁରୁଣା ବହିରା ଗ୍ରାମର ଜନୈକ ବଡ ଭାଇର ଟ୍ରାକ୍ଟରରେ ଧାନ ମଡା ଚାଲିଥିବାବେଳେ ସାନଭାଇ ଚାପି ହୋଇ ମୃତ୍ୟୁବରଣ କରିଥିଲା ।
ସେହିଦିନ ବହିରା ଠାରେ ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ରାତିରେ ବାଉଁଶୁଣୀ ଛକ ନିକଟରେ ଏକ ଟ୍ରକ ପଛରେ ବାଡେଇ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ