ETV Bharat / state

ବୌଦ୍ଧରେ 2 ନୂଆ ମାମଲା, ଅଗ୍ନିଶମ କର୍ମଚାରୀଙ୍କୁ କୋରୋନା - 2 corona positive found in Boudh

ବୌଦ୍ଧରେ ଗୁରୁବାର 2ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ଜିଲ୍ଲାରେ ପ୍ରଥମଥର ପାଇଁ ବିଦେଶ ଫେରନ୍ତା ରହିଛନ୍ତି ।

Boudh
ବୌଦ୍ଧରେ 2ଜଣ କୋରୋନା ପଜେଟିଭ ଚିହ୍ନଟ
author img

By

Published : Jul 16, 2020, 5:16 PM IST

ବୌଦ୍ଧ: ରାଜ୍ୟରେ କାୟା ମେଲାଉଛି କୋରୋନା । ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଥିବାବେଳେ କୋରୋନା ଯୋଦ୍ଧା ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ବୌଦ୍ଧରେ ଗୁରୁବାର 2ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସହ ଜିଲ୍ଲାରେ ପ୍ରଥମଥର ପାଇଁ ବିଦେଶ ଫେରନ୍ତା ରହିଛନ୍ତି ।

ବୌଦ୍ଧରେ 2 ନୂଆ ମାମଲା, ଅଗ୍ନିଶମ କର୍ମଚାରୀଙ୍କୁ କୋରୋନା

ବୌଦ୍ଧ ଜିଲ୍ଲାରେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଆଜି(ଗୁରୁବାର) ଦୁଇ ପଜିଟିଭ ଚିହ୍ନଟ ପରେ ସମୁଦାୟ ୬୪ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୌଦ୍ଧ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କୋରୋନା ଯୋଦ୍ଧାଙ୍କ ସହିତ ଦକ୍ଷିଣ ଆଫ୍ରିକା ଫେରନ୍ତା ଯୁବକଙ୍କ ଠାରେ କୋରୋନା ଭାଇରସ ଚିହ୍ନଟ ପରେ ସଂକ୍ରମଣର ଆଶଙ୍କା ଆହୁରି ବଢିଚାଲିଛି ।

ଯାହାକୁ ନେଇ ସଂକ୍ରମଣ ଆଶଙ୍କା ଏଡାଇବାକୁ ଖୁଣ୍ଟବନ୍ଧ ପଞ୍ଚାୟତର ମଧୁପୁର ଅଞ୍ଚଳକୁ ସ୍ଥାନୀୟ ସରପଞ୍ଚ ବିଡ଼ିଓଙ୍କ ଉପସ୍ଥିତିରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସେପଟେ କିନ୍ତୁ କିଛି ଅମାନିଆ ଲୋକ ତଥା ସରକାରୀ ବାବୁ କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ଖୋଦ ଏଆରସିଏସ କୋଭିଡ ନିୟମକୁ ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ବିଭିନ୍ନ ମହଲରୁ ଦୋଷମୁକ୍ତ ହେବାକୁ ଚେଷ୍ଟା ଚଳାଇଥିବା ଚର୍ଚ୍ଚା ହେଉଛି ।

ସେପଟେ ଗତକାଲି (ବୁଧବାର) ରାତିରେ ଗଞ୍ଜାମର ରେଡ ଜୋନ ଅଞ୍ଚଳରୁ କିଛି ଲୋକ ଏକ ଟ୍ରକରେ ବଢିଗାଁ ଓ ବୁଟୁପାଲିରେ ପହଞ୍ଚି ଯିବାରୁ ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.