ETV Bharat / state

ବୌଦ୍ଧରେ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ ଆରମ୍ଭ - 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

ଅବ୍ୟବସ୍ଥା ସହିତ ବୌଦ୍ଧ ଜିଲ୍ଲାରେ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଆରମ୍ଭ ହେଲା 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

author img

By

Published : Jun 7, 2021, 12:00 PM IST

ବୌଦ୍ଧ: ଜିଲ୍ଲାରେ ଆଜି(ସୋମବାର)ଠାରୁ ଆରମ୍ଭ ହୋଇଛି 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ ପ୍ରକ୍ରିୟା । କେବଳ ପୌରାଞ୍ଚଳର 2 ହଜାର ଟୀକାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଦିନରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ।

ବୌଦ୍ଧରେ ଆରମ୍ଭ ହେଲା 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବାରୁ ଆଶ୍ବସ୍ତି ପ୍ରକାଶ ପାଉଥିବା ବେଳେ ଯୁବବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଥିବାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବୌଦ୍ଧ ପୌରାଞ୍ଚଳର ଏକମାତ୍ର କେନ୍ଦ୍ର ଟାଉନହଲ ଠାରେ ଟୀକାଦାନ 3 ଦିନ ଧରି ସମୁଦାୟ 2 ହଜାର ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବ । ଆଜି ପ୍ରଥମ ଦିନରେ 600 ଜଣ ଓ ଆସନ୍ତା 2 ଦିନ 700 ଜଣଙ୍କୁ ଟୀକାଦାନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ସୋମବାର ପ୍ରଥମ ଦିନରେ ପ୍ରବଳ ଗହଳି ତଥା ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ଆଦୌ ରହି ନଥିଲା । କୋରୋନା କଟଣାକୁ କେନ୍ଦ୍ରରେ ଫୁ କରିଥିଲେ ଲୋକେ । ପରିସ୍ଥିତି ଏପରି ହୋଇଥିଲା ଯେ ଟୀକାଦାନ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆୟୋଜନକୁ ନେଇ ପ୍ରବଳ ବିରକ୍ତି ପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.