ETV Bharat / state

ଭସାଣିରେ ଅଘଟଣ: ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର

author img

By

Published : Oct 7, 2022, 9:00 AM IST

Updated : Oct 7, 2022, 9:14 AM IST

ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ 2 ଯୁବକ । ଜଣେ ଉଦ୍ଧାର ହୋଇଥିବା ବେଳେ, ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭସାଣିରେ ଅଘଟଣ, ଭାସିଗଲେ ୨ ଯୁବକ
ଭସାଣିରେ ଅଘଟଣ, ଭାସିଗଲେ ୨ ଯୁବକ

ଭଦ୍ରକ: ମା'ଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ଭଦ୍ରକ ସହର ଜାନୁଗଞ୍ଜ ସାହିର ଦୂର୍ଗା ମୂର୍ତ୍ତି ଭସାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଳନ୍ଦୀ ନଦୀର ବାଉଦପୁର ଘାଟରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପ୍ରଖର ସ୍ରୋତରେ ଦୁଇ ଜଣ ଯୁବକ ଭାସି ଯାଇଥିଲେ । ସେଥି ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ତେବେ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ଜନ୍ମଗଞ୍ଜ ଗ୍ରାମର ବିଦ୍ୟା ସାରଥୀ ନାୟକ(୧୮) ବୋଲି ଜଣାପଡିଛି ।

ଭସାଣିରେ ଅଘଟଣ: ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର

ଏନେଇ ଉଦ୍ଧାର ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଭାସି ଯାଇଥିବା ଅନ୍ୟ ଜଣେ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କର ପତ୍ତା ମିଳୁନାହିଁ । ରାତି ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେବେ ଘଟଣା ସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 7, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.