ETV Bharat / state

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଏସିଡମାଡ ଧମକ ଦେଇ ଯୁବକ ଗିରଫ - bhadrak news

ପ୍ରଥମେ ଅଶ୍ଲିଳ ଭାଷା, ଟଣାଓଟରା ଓ ଉଠାଇନେବାରେ ବିଫଳ ହେବାରୁ 3 ଜଣ ଯୁବକ ଜଣେ ଯୁବତୀଙ୍କୁ ଏସିଡମାଡ କରିବାର ଧମକ ଦେଇ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଏସିଡ ଫୋପାଡିବାର ଧମକ ଦେଇ ଯୁବକ ଗିରଫ

author img

By

Published : Oct 18, 2020, 10:45 PM IST

ଭଦ୍ରକ: ଜିଲ୍ଲାର ତିହିଡି ଥାନା ନିଶ୍ଚନ୍ତପୁର ଗାଁରେ ଜନୈକା ଯୁବତୀଙ୍କୁ 3 ଜଣ ଯୁବକ ଗାଁ ରାସ୍ତାରେ ଅଶ୍ଳିଳ ଭାଷାର ପ୍ରୟୋଗ କରିବା ସହ ଅସଦାଚରଣ କରି ଉଠାଇ ନେବାକୁ ଚେଷ୍ଟା କରିଥିଲେ। ତେବେ ସେଥିରେ ଅସଫଳ ହେବାରୁ ତାଙ୍କୁ ଏସିଡମାଡ କରି ଧମକ ଦେଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ତେବେ 3 ଜଣଙ୍କ ବିରୋଧରେ ମାମଲା କରିବା ସହ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅନ୍ୟପଟେ ଏତଲା ମୁତାବକ ପୋଲିସ ଦଫାରେ କୋହଳ କରିଥିବା ନେଇ ପୀଡିତା ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ଏସପିଙ୍କୁ ଭେଟି ନାୟ ପାଇଁ ଦାବି କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଖବର ଅନୁଯାୟୀ, ଅଲ୍ଲୀନଗର ଗାଁର ଅଭିଯୁକ୍ତ ସେକ ନୁର କାଦିର ସ୍ଥାନୀୟ ଓରଡା ଗାଁର ନିଜ ବନ୍ଧୁଙ୍କ ଘରେ ରୁହନ୍ତି। ପ୍ରାୟ ଏକ ମାସ ହେଲା ସେ ନିଶ୍ଚନ୍ତପୁର ଗ୍ରାମର ଜନୈକା ଯୁବତୀ ପ୍ରତି ଖରାପ ନଜର ରଖିବା ସହିତ ଯିବା ଆସିବା ବାଟରେ ତାଙ୍କୁ ଫୋନ ନମ୍ବର ମାଗିଥିଲା ବୋଲି ଜଣାପଡିଛି। ମାତ୍ର ପୀଡିତା ନଦେବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ ଦେଇଥିଲା ଅଭିଯୁକ୍ତ। ପରେ ଅଭିଯୁକ୍ତ ସେକ ନୁର କାଦିର ଓରଡା ଗାଁର ହପ୍ପି ସାହାବ ଓ ମିରହାବିଶଙ୍କ ସହ ଏକ ବାଇକ ଯୋଗେ ଆସି ପୀଡିତାଙ୍କୁ ରାସ୍ତା ଉପରେ ନାନାଦି ଧମକ ଚମକ ଦେବା ସହିତ ଟଣା ଓଟରା କରିଥିଲା। ପୀଡିତା ଖସି ପଳେଇ ଯିବାରୁ ତାଙ୍କୁ ପ୍ରଥମେ ଉଠେଇ ନେବାକୁ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବାରୁ ଯୁବତୀଙ୍କୁ ଅଭିଯୁକ୍ତ ଏସିଡ ଢାଳି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଏସିଡ ଫୋପାଡିବାର ଧମକ ଦେଇ ଯୁବକ ଗିରଫ

ଭୟଭୀତ ହୋଇ ପୀଡିତା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରି ପୋଲିସି ଜିମା ଦେଇଥିଲେ। ଯାହାକୁ ନେଇ ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ପୀଡିତା ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ସେକ ନୁର କାଦିରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.