ETV Bharat / state

ଶୁଖିଲା ଖାଦ୍ୟ ଆଣିବାକୁ ଯାଇ ଭାସିଗଲେ ଯୁବକ

author img

By

Published : Aug 29, 2020, 1:24 PM IST

ଶୁଖିଲା ଖାଦ୍ୟ ଆଣିବାକୁ ଯାଇ ଭାସିଗଲେ ଯୁବକ । ଭଦ୍ରକରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ....

young man drowned in flood water
ଶୁଖିଲା ଖାଦ୍ୟ ଆଣିବାକୁ ଯାଇ ଭାସିଗଲେ ଯୁବକ

ଭଦ୍ରକ:ପରିବାର ପାଇଁ କିଛି ଶୁଖିଲା ଖାଦ୍ୟ ଆଣିବାକୁ ଯାଇ ଭାସିଗଲେ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଦଖିଣକୁରୁଆ ଗାଁରେ। ଖବର ଅନୁଯାୟୀ ବନ୍ୟା ବିଭିଷିକା ମଧ୍ୟରେ ଥିବା ଦଖିଣକୁରୁଆର 3 ଜଣ ଯୁବକ, ନିଜ ପରିବାର ପାଇଁ କିଛି ସୁଖିଲା ଖାଦ୍ୟ ଆଣିବାକୁ ଯାଇଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ପ୍ରଖର ବନ୍ୟା ସ୍ରୋତରେ ସମସ୍ତେ ଭାସିଯାଇଥିଲେ। ହେଲେ, ଦୁଇଜଣ ଗଛରେ ଲାଖି ଯିବା ସହ ଅନ୍ୟ ଜଣେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ।

ଶୁଖିଲା ଖାଦ୍ୟ ଆଣିବାକୁ ଯାଇ ଭାସିଗଲେ ଯୁବକ

ଏସମ୍ପର୍କରେ ଖବର ପାଇ ଗ୍ରାମବାସୀ, ଏକ ଭେଳା ମାଧ୍ୟମରେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ନିଖୋଜ ଥିବା ଯୁବକ ହେମନ୍ତ ଜେନାଙ୍କ କୈାଣସି ପତ୍ତା ପାଇନଥିଲେ। ଏନେଇ ଓଡ୍ରାଫ ଟିମକୁ ଗ୍ରାମବାସୀ ଖବର ଦେବା ସହ ଖୋଜାଖୋଜି କରିଥିଲେ। ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ନିଖୋଜ ହେମନ୍ତଙ୍କୁ ଠାବ କରି ଉଦ୍ଧାର କରିଥିଲେ ଗ୍ରାମବାସୀ। ହେଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ବନ୍ୟା ପରିସ୍ଥିତି ଯୋଗୁଁ ଆମ୍ବୁଲାନ୍ସ ଆସି ନପାରିବାରୁ, ବାଧ୍ୟ ହୋଇ ମୃତଶରୀରକୁ ଉଦ୍ଧାର କରି ଏକ ସାଙ୍ଗିଭାର ମାଧ୍ୟମରେ ବନ୍ୟା ପାଣିରେ ଧାମନଗର ମେଡିକାଲକୁ ନେଇଥିଲେ ଗାଁଲୋକେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.