ETV Bharat / state

ସ୍ତ୍ରୀକୁ ନଜଣାଇ ଦ୍ବିତୀୟ ବିବାହ କଲା ସ୍ବାମୀ, ନ୍ୟାୟ ପାଇଁ ଶାଶୁଘର ଆଗରେ ଧାରଣା

author img

By ETV Bharat Odisha Team

Published : Nov 28, 2023, 11:33 AM IST

Updated : Nov 28, 2023, 2:03 PM IST

ପ୍ରଥମ ସ୍ତ୍ରୀର ଅଜାଣତରେ ଦ୍ବିତୀୟ ବିବାହ କଲା ସ୍ବାମୀ । ନ୍ୟାୟ ଦାବିରେ ସ୍ବାମୀ ଶାଶୁଘର ସମ୍ମୁଖରେ ସ୍ତ୍ରୀର ଧାରଣା । ଅଧିକ ପଢନ୍ତୁ

woman stages protest in front of husbands house

woman protest in front of husband house

ଭଦ୍ରକ: ସ୍ତ୍ରୀକୁ ନଜଣାଇ ଦ୍ବିତୀୟ ବିବାହ କଲା ସ୍ବାମୀ । ପ୍ରଥମ ସ୍ତ୍ରୀର ଅଜାଣତରେ ଦ୍ବିତୀୟ ବିବାହ କରିବାରୁ ନ୍ୟାୟ ଦାବିରେ ଧାରଣାରେ ପ୍ରଥମ ସ୍ତ୍ରୀ । ଦେଢ ବର୍ଷର ଶିଶୁପୁତ୍ରକୁ ଧରି ସ୍ବାମୀ ଘର ଆଗରେ ଧାରଣା ଦେଇଛି ପ୍ରଥମ ସ୍ତ୍ରୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ ଗାଁରେ । ଧାରଣା ଦେଇଥିବା ମହିଳା ହେଉଛନ୍ତି ସାଗରିକା ବିଶ୍ୱାଳ ଓ ତାଙ୍କ ସ୍ବାମୀ ହେଉଛନ୍ତି ରତିକାନ୍ତ ନାୟକ ।

ଏହା ମଧ୍ୟ ପଢନ୍ତୁ-ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ଧାରଣା, ପିଙ୍କିଙ୍କ ପାଖରେ ପହଞ୍ଚିଲା ସମାଜସେବୀ ସଂଗଠନ

ମିଳିଥିବା ସୂଚନା ଅନୁଯାୟୀ, 2020 ମସିହାରେ ସାଗରିକା ବିଶ୍ୱାଳ ଓ ରତିକାନ୍ତ ନାୟକ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଏହା ପରେ ସାଗରିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ବିବାହ ପରଠାରୁ ସାଗରିକାଙ୍କୁ ତାଙ୍କ ଶାଶୁ ଏବଂ ସ୍ବାମୀ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ମଧ୍ୟସ୍ଥିଙ୍କ ଦ୍ବାରା ଏହି ଘଟଣାର ଅନେକ ଥର ସମାଧାନ କରାଯାଉଥିଲା । ଶାରୀରିକ ଅସୁସ୍ଥତା କାରଣରୁ ପୁଅକୁ ନେଇ ଗତ ଛଅ ମାସ ହେବ ସାଗରିକା ତାଙ୍କ ବାପ ଘରେ ରହି ଆସୁଥିଲେ । ସାଗରିକାଙ୍କର ସ୍ବାମୀ ଏହାର ସୁଯୋଗ ନେଇ ଅନ୍ୟ ଏକ ଝିଅକୁ ବିବାହ କରି ବେଙ୍ଗାଲୁରୁ ପଳାଇ ଯାଇଥିଲେ । ଏନେଇ ସାଗରିକା ବିଶ୍ୱାଳଙ୍କ ପାଖରେ କୌଣସି ସୂଚନା ନଥିଲା ।

ଏହା ମଧ୍ୟ ପଢନ୍ତୁ-ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ମହିଳା

କିଛି ଦିନ ତଳେ ସ୍ବାମୀ ଘରକୁ ଆସିଥିବା ଜାଣିବାକୁ ପାଇବା ପରେ ସାଗରିକା ଶାଶୁଘରକୁ ଯାଇଥିଲେ । ହେଲେ ଶାଶୁଘରେ ସାଗରିକା ରହୁଥିବା କୋଠରୀରେ ଅନ୍ୟ ଜଣେ ମହିଳା ଶୋଇଥିବାର ସେ ଦେଖିବାକୁ ପାଇଥିଲେ । ପରେ ସେ ରତିକାନ୍ତଙ୍କ ଦ୍ବିତୀୟ ସ୍ତ୍ରୀ ବୋଲି ଜାଣିବାକୁ ପାଇଥିଲେ । ଏହାକୁ ନେଇ ରତିକାନ୍ତ ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ମଧ୍ୟରେ ଝଗଡା ହେବାରୁ ସାଗରିକାଙ୍କୁ ମାଡ ମାରି ଘରୁ ବାହାର କରିଦେଇଥିଲେ ସ୍ବାମୀ । ଶେଷରେ କୌଣସି ଉପାୟ ନପାଇ ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ଦେଢ ବର୍ଷର ପୁଅକୁ ଧରି ରତିକାନ୍ତଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି ସାଗରିକା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ବନ୍ଧରେ ପୋଲିସ ରତିକାନ୍ତଙ୍କୁ ପଚରାଉଚରା କରିପାରେ ।

ଇଟିଭି ଭାରତ, ଭଦ୍ରକ

Last Updated : Nov 28, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.