ETV Bharat / state

ସ୍ବାମୀକୁ ବଞ୍ଚାଇବାକୁ ସ୍ତ୍ରୀର ଆକୁଳ ନିବେଦନ

author img

By

Published : May 21, 2022, 1:04 PM IST

ଭଦ୍ରକ ଆରଡ଼ି ପଞ୍ଚାୟତର ସମର ପାଢୀ ଗତ ୨ ମାସ ହେଲା ଲିଭର ନଷ୍ଟ ହୋଇଯାଇଥିବାରୁ ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଲିଭର ଟ୍ରାନ୍ସଫର ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ଭିଡିଓ ମାଧ୍ୟମରେ ଓଡିଶାବାସୀଙ୍କୁ ସାହାଯ୍ୟର ଭିକ୍ଷା ମାଗିଛନ୍ତି ସ୍ତ୍ରୀ । ଅଧିକ ପଢନ୍ତୁ

ସ୍ବାମୀର ଜୀବନ ରକ୍ଷା ପାଇଁ ସ୍ତ୍ରୀର ଆକୁଳ ନିବେଦନ , ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ

ଭଦ୍ରକ: ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀର ଆକୁଳ ନିବେଦନ । ମୋ ସ୍ବାମୀଙ୍କର ଲିଭର ଜଣ୍ଡିସ ହୋଇଛି, ସେ ଓଡିଶାରେ ୨ ମାସ ହେଲା ଚିକିତ୍ସା ହେଉଥିଲେ, ଏବେ ଲିଭର ଟ୍ରାନ୍ସଫର ପାଇଁ ହାଇଦ୍ରବାଦରେ ଚିକିତ୍ସା ହେଉଛନ୍ତି, ଡାକ୍ତର କହୁଛନ୍ତି ମୋ ସ୍ବାମୀଙ୍କ କଣ୍ଡିସନ ବହୁତ ଖରାପ, ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେଣୁ ଦୟାକରି ମୋତେ ସାହାଯ୍ୟ କରନ୍ତୁ ଓ ସ୍ବାମୀଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ, ସ୍ବାମୀର ଜୀବନ ବଞ୍ଚାଇବାକୁ କାନ୍ଦି କାନ୍ଦି ଏପରି ଆକୁଳ ନିବଦନ କରିଛନ୍ତି ଭଦ୍ରକ ଆରଡିର ସମର ପାଢୀଙ୍କ ସ୍ତ୍ରୀ । ମଥାର ସିନ୍ଦୁରକୁ ସୁରକ୍ଷିତ କରିବାକୁ ସମରଙ୍କ ସ୍ତ୍ରୀ ସସ୍ମିତା କାନ୍ଦି କାନ୍ଦି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ସମର ପାଢୀ ଓରଫ ମଣ୍ଟୁଆ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ICUରେ ରହି ଜୀବନ ମରଣ ସହ ଲଢେଇ କରୁଛନ୍ତି । ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା ବେଳେ ନୂଆ ଲିଭର ପାଇଁ 30 ରୁ 40 ଲକ୍ଷ୍ୟ ଟଙ୍କାର ଆବଶ୍ୟକ ରହିଛି । ତେଣୁ ପରିବାର ନିକଟରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ମହିଳା ଜଣଙ୍କ ସ୍ବାମୀର ଜୀବନ ଫେରାଇ ଆଣିବାକୁ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି । ଯଦି କେହି ସହୃଦୟର ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତେବେ ଫୋନ ପେ ନମ୍ବର ୮୩୨୮୮୩୯୮୧୪ ମାଧ୍ୟମରେ ସସ୍ମିତାଙ୍କୁ ସହଯୋଗର ହାତ ବଢାଇପାରିବେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.