ETV Bharat / state

କୋଭିଡ ଟେଷ୍ଟ ପାଇଁ ଧାଡିରେ ଛିଡ଼ା ହୋଇଥିଲେ, ୧୫ ହଜାର ଲୁଟିନେଲେ ଲେଡି ଲୁଟେରା - ଭଦ୍ରକରେ ଡକାୟତି

କୋରୋନା ଟେଷ୍ଟ ପାଇଁ ଲାଇନରେ ଥିବାବେଳେ ଲୁଟୁଛନ୍ତି ଲେଡି ଲୁଟେରା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଅଧିକ ପଢନ୍ତୁ

କୋଭିଡ ଟେଷ୍ଟ ପାଇଁ ଧାଡିରେ ଛିଡ଼ା ହୋଇଥିଲେ, ୧୫ ହଜାର ଲୁଟିନେଲେ ଲେଡି ଡନ୍‌

author img

By

Published : Jan 19, 2022, 10:49 AM IST

Updated : Jan 19, 2022, 11:20 AM IST

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଚୋରି, ଡକାୟତି । ଚିକିତ୍ସା ପାଇଁ ଆସିଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ବି ଛାଡୁନାହାନ୍ତି ଅପରାଧି । କାେରୋନା ଟେଷ୍ଟ ପାଇଁ ଲାଇନରେ ଥିବାବେଳେ ଲୁଟୁଛନ୍ତି ଲେଡି ଲୁଟେରା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭବାନିବିନ୍ଧା ଗ୍ରାମର କୌଶଲ୍ୟା ଖାମୁରାଇ ନାମକ ମହିଳା ନିଜର ସ୍ବାମୀଙ୍କ ଅପରେସନ ପାଇଁ କୋଭିଡ ଟେଷ୍ଟ ନିମନ୍ତେ ଆସିଥିଲେ ।

କୋଭିଡ ଟେଷ୍ଟ ପାଇଁ ଧାଡିରେ ଛିଡ଼ା ହୋଇଥିଲେ, ୧୫ ହଜାର ଲୁଟିନେଲେ ଲେଡି ଲୁଟେରା

ଅପରେସନ ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଧାଡିରେ ଛିଡା ହୋଇଥିଲେ । କୋଭିଡ ଟେଷ୍ଟ ପାଇଁ ଲାଇନରେ ଥିବାବେଳେ କୌଶଳ କ୍ରମେ ବ୍ୟାଗରୁ ୧୫ ହଜାର ଟଙ୍କା କାଢି ନେଇଥିବା ଅଭିଯୋଗ ହୋଇଛି । ଯାହାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ମହିଳା ଜଣଙ୍କ ଭଦ୍ରକ ସଦର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jan 19, 2022, 11:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.