ETV Bharat / state

ରାସ୍ତା କଡ ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ରାସ୍ତା କଡ ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ହେଲେ ତାଳପଦା ଗୋପସାହି ଗାଁର ବିଷ୍ଣୁ ମୋହନ ସାହୁଙ୍କ ଝିଅ କୁନୁରୀ ସାହୁ । ଅଧିକ ପଢନ୍ତୁ

author img

By

Published : Feb 15, 2023, 2:26 PM IST

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ତାଳପଦା ଗୋପସାହି ଗାଁରେ ଚାଲିଥିଲା ଅଷ୍ଟପ୍ରହରୀ । ଖୁସିରେ ଆନନ୍ଦ ମନାଉଥିଲେ ଗ୍ରାମବାସୀ । ହେଲେ ଗୋପସାହି ଗାଁର ଜଣେ ଯୁବତୀ ଅଷ୍ଟପ୍ରହରୀକୁ ଯାଇ ରାତି ୧୦ଟା ଯାଏଁ ଆଉ ଘରକୁ ଫେରିନଥିଲେ । ତେବେ ଏହାପରେ ସେ ଘରକୁ ଯାଇ ପୁଣି ୨୦ ଟଙ୍କା ଆଣି ଅଷ୍ଟପ୍ରହରୀ ମେଳାକୁ ଆସିଥିଲେ । କିନ୍ତୁ ଆଉ ଫେରିନଥିଲେ । ବାପା ଭାବିଲେ ଝିଅ ସାଙ୍ଗ ଘରେ ରହିଯାଇଥିବ କିନ୍ତୁ ଭାବନା ଯେ ହୃଦୟ ବିଦାରକ ହୋଇଯିବ ସେ ଜାଣିନଥିଲେ । ଭାବିଥିଲେ ସକାଳ ହେଲେ ଝିଅ ଘରକୁ ଫେରିବ ହେଲେ ଝିଅ ଫେରିଲା କିନ୍ତୁ ମୃତ ଅବସ୍ଥାରେ । ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ଏଭଳି ଦୁଃଖଦ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୁଧୁପୁରର ଏକ ରାସ୍ତାରେ । ମୃତ ଯୁବତୀ ହେଲେ ତାଳପଦା ଗୋପସାହି ଗାଁର ବିଷ୍ଣୁ ମୋହନ ସାହୁଙ୍କ ଝିଅ କୁନୁରୀ ସାହୁ । ତାଙ୍କ ବୟସ ୨୨ ବର୍ଷ ହୋଇଥିବା ନେଇ ସୂଚନା ।

ତେବେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଦେଖି ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ହସଖୁସିରେ ଘରୁ ବାହାରି ଥିବା ଯୁବତୀ ନିଜେ କେହେ ବି ଜୀବନ ହାରିନଥିବ ବୋଲି ପରିବାର ଲୋକେ ଯୁକ୍ତି ବାଢିଛନ୍ତି । ଯୁବତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତାଙ୍କ ବାପା କହିଛନ୍ତି, "ମୋ ଝିଅକୁ ଚାଲାକର ସହ କିଏ ଆଣି ମାରିକି ଟଙ୍ଗେଇ ଦେଇଛି । ତାହାର କୌଣସି ଅସୁବିଧା ନଥିଲା ଯେ ସେ ନିଜ ଜୀବନ ହାରିବ । ପୋଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଉ । ଆମକୁ ଉପଯୁକ୍ତ ନ୍ୟାୟ ମିଳୁ । "

ଏହା ମଧ୍ୟ ପଢନ୍ତୁ: ପ୍ରେମ ସପ୍ତାହରେ ରକ୍ତରଞ୍ଜିତ ହେଲା ପ୍ରେମ: ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନାଦି କଳ୍ପନା ଜଳ୍ପନା ଚାଲିଛି । ଯୁବତୀଙ୍କୁ ହତ୍ୟା କରିବା ପଛରେ କାରଣ କଣ ରହିଛି ଏବଂ ଘଟଣା ପଛରେ କାହାର ହାତ ରହିଛି ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇ ବିଭିନ୍ନ ଦିଗ ଉପରେ ଅଧିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.