ETV Bharat / state

ମଦ ମୁକ୍ତ ହେବ ଖଣ୍ଡତରା ପଞ୍ଚାୟତ, ଅଣ୍ଟା ଭିଡିଲେ ମହିଳା - ଖଣ୍ଡତରା ପଞ୍ଚାୟତରେ ମଦ ବ୍ୟବସାୟୀ

ଖଣ୍ଡତରା ପଞ୍ଚାୟତରେ ମଦ ବ୍ୟବସାୟୀ ଉପରେ ରୋକ ଲଗାଇବୁ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା । ଅଧିକ ପଢନ୍ତୁ

liquor sale ban in Khandatara panchayat
liquor sale ban in Khandatara panchayat
author img

By

Published : Apr 11, 2023, 8:59 AM IST

ଭଦ୍ରକ: ମଦ ମୁକ୍ତ ହେବ ଖଣ୍ଡତରା ପଞ୍ଚାୟତ। କୌଣସି ପରିସ୍ଥିତିରେ ପଞ୍ଚାୟତରେ କେହି ମଦ ପିଇ ମାତାଲ ହୋଇ ପାରିବେ ନାହିଁ କି ବେଆଇନ ଭାବେ ଚୋରା ମଦ କାରବାର କରିପାରିବେ ନାହିଁ । ପଞ୍ଚାୟତରୁ ସମ୍ପର୍ଣ୍ଣ ମଦକୁ ବାରଣ କରିବାକୁ ଏବେ ଏପରି ଶପଥ କରିଛନ୍ତି ସ୍ଥାନୀୟ ମହିଳା । ଏନେଇ ଭଦ୍ରକ ଜିଲ୍ଲାପାଳ ଏବଂଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏକ ଦାବିପତ୍ର ପ୍ରଦାନ ଖଣ୍ଡତରା ପଞ୍ଚାୟତର ମହିଳାମାନେ ।

ସୂଚନା ଅନୁଯାୟୀ ଭଦ୍ରକ ଖଣ୍ଡତରା ପଞ୍ଚାୟତ ଅଧୀନରେ ଥିବା ଆହାରପଦା ଗ୍ରାମରେ ବ୍ୟାପକ ଭାବେ ବେଆଇନ ଉପାୟରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ସେହି ପଞ୍ଚାୟତର ଜନୈକ ବ୍ଯକ୍ତି ଚୋରାରେ ମଦ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଣି ଏକ କ୍ୟାବିନରେ ଗଚ୍ଛିତ ରଖ ବିକ୍ରି କରନ୍ତି। ଫଳରେ ସ୍ଥାନୀୟ କିଛି ଲୋକ ତଥା ବିଶେଷକରି ଯୁବକ ମାନେ ସେଠାରୁ ମଦ କ୍ରୟ କରି ପିଇବା ସହିତ ବିଭିନ୍ନ ଅପରାଧିକ ଘଟଣା ଘଟାଉଛନ୍ତି । ଏଥିସହ ସ୍ଥାନୀୟ ଯୁ ବତୀ ତଥା ମହିଳା ମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ବାରମ୍ଭାର ଅଭିଯୋଗ ହୋଇ ଆସୁଥିଲା। ଏହାକୁ ପ୍ରତିବାଦ କରି ଚୋରା ତଥା ବେଆଇନ ଭାବେ ମଦ ବିକ୍ରୀ କରୁଥିବା ବେପାରୀଙ୍କୁ ଏହିପରି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଚେତାବନୀ ଦେଇଥିଲେ ସ୍ଥାନୀୟ ମହିଳା । କିନ୍ତୁ କୌଣସି ସୁଫଳ ମିଳି ନମିଳିବାରୁ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ତଥା ଅବକାରୀ ବିଭାଗକୁ ବାରମ୍ବାର ଜଣାଇଥିଲେ। ଏହା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବେଆଇନ ମଦ ବେପାରୀଙ୍କ ଠାରୁ ବଟି ନେଇ ଅବକାରୀ ବିଭାଗ ଚୁପ ବସୁଥୁବା ମହିଳାମାନେ ଅଭିଯୋଗ କରିଥିଲେ।

ଫଳରେ ସ୍ଥାନୀୟ ମହିଳା ମାନେ ଏଥିରେ ଅତିଷ୍ଠ ହୋଇ ଏକତ୍ରୀତ ଭାବେ ଘରୁ ବାହାରି ଏହାର ପ୍ରତିବାଦ କରିଥିଲେ। ଏହାପରେ ବେଆଇନ ମଦ ବେପାରୀ ଏବଂ ମହିଳା ମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଏବଂ ପରେ ବିବାଦ ତୀବ୍ର ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାରର ରଣ କ୍ଷେତ୍ରରେ ପରିଣତ ହୋଇଯାଇଥିଲା। ଶେଷରେ ଚୋରା ତଥା ବେଆଇନ ଭାବେ ବିଭିନ୍ନ ମଦ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ଗଚ୍ଛିତ ଥିବା କ୍ୟାବିନକୁ ଭଙ୍ଗାରୁଜା କରିବା ସହ ମଦ ନଷ୍ଟ କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ମହିଳା ମାନେ।

ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମଶଃ ଅଣାୟତ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଗୁଜିଦରଡା ଫାଣ୍ଡି ଅଧିକାରୀ ପହଞ୍ଚି ପ୍ରତିବାଦ କରୁଥିବା ମହିଳା ମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ମହିଳା ମାନେ ବୁଝିବା ପରିବର୍ତ୍ତେ ଉତକ୍ଷିପ୍ତ ହୋଇ ବେଆଇନ ମଦ କାରବାର କରିବା ପାଇଁ ଗୁଜିଦରଡା ଫାଣ୍ଡି ପୋଲିସ ଦାୟୀ ବୋଲି କହିଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳରେ ଯେଉଁ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି, ସେଥିପାଇଁ ପୋଲିସର ପ୍ରତ୍ୟକ୍ଷ ଭାବେ ସହୋଯାଗ ଥିବା ଅଭିଯୋଗ କରିଥିଲେ। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ମହିଳାଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ବେଆଇନ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ହେଲେ ପରବର୍ତ୍ତୀ ସମୟରେ ପ୍ରତିବାଦ କରିଥିବା ମହିଳା ମାନଙ୍କୁ ଗିରଫ କରାଯିବା ବୋଲି କୌଣସି ସୂତ୍ରରୁ ଖବର ପାଇଥିବା କହିଛନ୍ତି ପ୍ରତିବାଦ କରିଥିବା ମହିଳା। ଏହି ଖବର ପାଇବା ପରେ ସେମାନେ ଭୟଭୀତ ହେବା ସହ, ପଞ୍ଚାୟତରେ ଅନ୍ୟ ବେଆଇନ ଭାବେ ଚୋରା ମଦ କାରବାର କରୁଥିବା ଅସାଧୁ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପଞ୍ଚାୟତକୁ ମଦ ମୁକ୍ତ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.