ETV Bharat / state

Dhamnagar Bypoll: କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ - ଭଦ୍ରକରେ ମତଦାନ

କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ । ସକାଳ 7 ଘଟିକାରୁ ଆରମ୍ଭ ହୋଇଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ତିନି ପ୍ରମୂଖ ପ୍ରତିଦ୍ଵନ୍ଦୀ ସେମାନଙ୍କ ମତଦାନ କରିଥିବା ବେଳେ ଧାଡିରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଅଧିକ ପଢନ୍ତୁ

Dhamnagar Bypoll:  କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ

author img

By

Published : Nov 3, 2022, 4:07 PM IST

Updated : Nov 3, 2022, 8:11 PM IST

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ସକାଳ 7ଟାରୁ ଜାରି ରହିଛି ମତଦାନ । ଧାଡିରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ତିନି ପ୍ରମୂଖ ପ୍ରତିଦ୍ଵନ୍ଦୀ ସେମାନଙ୍କ ମତଦାନ କରିଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ । ଇଭିଏମରେ ମତଦାତା ନିଜର ମତଦାନ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ 218 ଟି ବୁଥକୁ ପୁଲିଂ ପାର୍ଟି ଯାଇଥିବା ବେଳେ ବୁଧବାର ମଧ୍ୟାହ୍ନ ସୁଦ୍ଧା 34 ଟି ବୁଥକୁ ମିଶାଇ ମୋଟ 252 ଟି ବୁଥରେ ପୁଲିଂ ପାର୍ଟି ସୁରୁଖୁରୁରେ ପହଞ୍ଚି ଥିଲେ ।

Dhamnagar Bypoll: କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମତଦାନ

ଶାନ୍ତିଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଏହି ଉପନିର୍ବାଚନ ସମ୍ପାଦନ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିୟୋଜିତ ହୋଇଛନ୍ତି 25 ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଓ 4 କମ୍ପାନୀ ସିଆପିଏଫ୍ ଜବାନ୍ । ତେବେ ଧାମନଗର ନିର୍ବାଚନ ମଣ୍ଡଳୀରେ ରହିଛି ଧାମନଗର ବ୍ଲକର 31 ଟି ଓ ତିହିଡି ବ୍ଲକର 13 ଟି ପଞ୍ଚାୟତ । ଏହାଛଡା ଧାମନଗର ଏନଏସିର 11 ଟି ୱାର୍ଡ । ଏହି ଉପନିର୍ବାଚନରେ ମୋଟ୍ 2 ଲକ୍ଷ 38 ହଜାର 417 ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରେ 1 ଲକ୍ଷ 16 ହଜାର 579 ମହିଳା ଓ 1 ଲକ୍ଷ 24 ହଜାର 92 ଜଣ ପୁରୁଷ ଅଛନ୍ତି । ମତଦାନ ପାଇଁ ଉଦ୍ଦିଷ୍ଟ 252 ଟି କେନ୍ଦ୍ର ମଧ୍ୟରୁ 126 ଟି ବୁଥରେ ସିସିଟିଭି ମାଧ୍ୟମରେ ୱେବକାଷ୍ଟିଂ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: Dhamnagar Bypoll: ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ଭୋଟିଂ

ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବ୍ୟସ୍ତ କରାଯିବା ସହିତ ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାତନ ମଣ୍ଡଳୀକୁ 3ଟି ଜୋନରେ ବିଭକ୍ତ କରାଯାଇଛି । 25ପ୍ଲାଟୁନ ପୋଲିସ ଫୋର୍ସ ସହ 4 କମ୍ପାନୀ ସିଏପିଏଫ ନିଯୁକ୍ତି କରାଯାଇଛି । ଏଥିସହ 3ଜଣ ଅତିରିକ୍ତ ଏସପି , 10ଜଣ ଡିଏସପି , 18 ଜଣ ଇନସ୍ପେକ୍ଟର , 130 ଜଣ ଏସଆଇ ଓ ଅତିରିକ୍ତ ଏସଆଇ ନିୟୋଜିତ ହୋଇଛନ୍ତି । ତେବେ ଆଜି ସକାଳ 7ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 5ଟାରେ ସରିବ ।

ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ସମ୍ବେଦନଶୀଳ ବୁଥରେ ଚାଲିଛି ଭୋଟିଂ, ଦେଖନ୍ତୁ କିପରି ରହିଛି ସ୍ଥିତି

ତେବେ ନିର୍ବାଚନ ମଣ୍ଡଳୀର 252 ଟି ବୁଥ ମଧ୍ୟରୁ 60 ଟି ଉତ୍ତେଜନା ପ୍ରବଣ ଓ 50 ଟି ଅତି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ ହୋଇଛି । ଏଠାରେ କେବଳ ମହିଳାଙ୍କ ପାଇଁ 5 ଟି ବୁଥକୁ ପିଙ୍କ୍ ବୁଥ ଭାବେ ଚିହ୍ନଟ କରାଯାଇଛି । 252 ପୋଲିଂ ପାର୍ଟି, 1 ହଜାର 8 ଜଣ ପୋଲିଂ ଅଧିକାରୀ, 30 ଜଣ ସେକ୍ସନ ଅଫିସର ଓ 2 ଜଣ ପର୍ଯ୍ୟବେକ୍ଷକଙ୍କ ସମେତ 11 ଜଣ ଜୋନାଲ ମାଜିଷ୍ଟ୍ରେଟ୍ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ ଏହି ନିର୍ବାଚନ କାର୍ଯ୍ୟ ପରିଚାଳନାରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ଲାଗି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ

ସୂଚନା ଥାଉକି, ଗତ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ଏଠାରୁ ନିର୍ବାଚନ ଲଢିଥିଲେ । ବିଜେପି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳଙ୍କ ଠାରୁ 9192 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । 2009 ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ବିଷ୍ଣୁ ଚରଣ ସେଠୀଙ୍କ ଠାରୁ 4944 ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ମାତ୍ର ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା 6 ଟି ଯାକ ଜିଲ୍ଲା ପରିଷଦ ସଭ୍ୟ ବିଜେଡି ହାତକୁ ଯାଇଛି ଏବଂ ପ୍ରାୟ 28 ହଜାରରୁ ଉର୍ଦ୍ଧ ଭୋଟରେ ବିଜେଡି ଆଗୁଆ ମଧ୍ୟ ଥିଲା । ତେବେ ଚଳିତ ଉପନିର୍ବାଚନରେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା କେବଳ ଦେଖିବା ବାକି ରହିଲା । ଅନ୍ୟ ପକ୍ଷରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ସ୍ଵାଧୀନ ପ୍ରାଥୀ ରାଜେନ୍ଦ୍ର ଦାସ କାଁପଡା ଠାରେ ସେମାନଙ୍କ ମତଦାନ କରିଥିବା ବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗରାଜ ପୁର ଠାରେ ମତଦାନ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 3, 2022, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.