ଭଦ୍ରକ: ଧାମନଗର ଫରେଷ୍ଟରଙ୍କ ଟିକଟକ ନିଶା । ଟିକଟକ ନିଶାରେ ମାତିଲେ ବନ ବିଭାଗ କର୍ମଚାରୀ । ଦାୟିତ୍ବ ସମ୍ପନ୍ନ କର୍ମଚାରୀଙ୍କ କିଛି କୌତୁହଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଧାମନଗର ବନବିଭାଗ ଅଧିନରେ ଥିବା ଫରେଷ୍ଟର ପ୍ରଶାନ୍ତ କୁମାର ଦାସ ବିଭିନ୍ନ ପ୍ରକାର ହିନ୍ଦୀ, ଓଡ଼ିଆ ଚଳଚ୍ଚିତ୍ର ସହ ଆଲବମ ଗୀତର ଟିକଟକ ଭିଡିଓ ପ୍ରାୟ 70 ରୁ ଅଧିକ ଟିକଟକ ଆଇଡିରେ ଅପଲୋଡ଼ କରିଛନ୍ତି ।
ଯାହାକୁ ନେଇ ଏବେ ଧାମନଗର ଅଞ୍ଚଳରେ ଟିକଟକ୍ ଷ୍ଟାର ଭାବେ ଫରେଷ୍ଟର ପ୍ରଶାନ୍ତ ଦାସ ବେଶ ପରିଚିତ। ସବଠୁ ଆଶ୍ଚର୍ଯ୍ୟ କଥା ଟିକଟକରେ ଅପଲୋଡ଼ ହୋଇଥିବା ଅଧିକାଂଶ ଭିଡିଓ ଗୁଡିକ ଡ୍ୟୁଟି ସମୟରେ ବନବିଭାଗ କାର୍ଯ୍ୟାଳୟ ଭିତରେ ଓ ବାହାରେ ପୁଣି ସରକାରୀ ୟୁନିଫର୍ମରେ ।
ଆଉ ଅଧିକାଂଶ ଭିଡିଓ କିଛି ଯୁବତୀଙ୍କ ସହ ଡୁଏଟ୍ କରି ଅପଲୋଡ଼ କରିଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଧାମନଗର ବନବିଭାଗର ଫରେଷ୍ଟରଙ୍କ ସମେତ ବନବିଭାଗର କିଛି କର୍ମଚାରୀ ୟୁନିଫର୍ମ ପିନ୍ଧି ତାସ ଖେଳିବା ଘଟଣା କାର୍ଯଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ