ଭଦ୍ରକ: ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ କଲେ ପୋଲିସ ମହାନିର୍ଦ୍ଦେଶକ । ଏ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିକାରୀ ସନାତନ ସାହୁ କିଛିଦିନ ତଳେ ବାଲି ମାଫିଆଙ୍କ ସହ କଥା ହେବା ଏକ ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ । ତେବେ ଏହି ତଦନ୍ତ ଅଦ୍ୟାବଧି ଜାରି ରହିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିଲା । ବର୍ତ୍ତମାନ ତଦନ୍ତ ରିପୋର୍ଟକୁ ଆଧାର କରି ତାଙ୍କୁ ନିଲମ୍ବିତ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ