ETV Bharat / state

ବିପଦ ସଂକୁଳ ଅବସ୍ଥାରେ ଝୁଲିଛି ବିଦ୍ୟୁତ ତାର, ନ୍ୟାୟ ଦାବିରେ ମହିଳା ଉପଭୋକ୍ତା - ଭଦ୍ରକ ଖବର

ତିହିଡି ବ୍ଲକ ପୀରହାଟ ହରସିଂପୁର ତଳସାହି ଗାଁକୁ ବିଦ୍ୟୁତ ଯୋଗାଣ ନେଇ ବିବାଦ । ଅତ୍ୟନ୍ତ ବିପଦଶଙ୍କୁଳ ଭାବେ ଏହି ଗାଁ ଦେଇ ବିଦ୍ୟୁତ ତାର ଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମର କିଛି ମହିଳା ଉପଭୋକ୍ତା । ଅଧିକ ପଢନ୍ତୁ....

ବିଦ୍ୟୁତ ଯୋଗାଣ ନେଇ ବିବାଦ, ନ୍ୟାୟ ଦାବି କଲେ ଗ୍ରାମର ମହିଳା ଉପଭୋକ୍ତା

author img

By

Published : Sep 7, 2020, 7:48 PM IST

ଭଦ୍ରକ: ତିହିଡି ବ୍ଲକ ପୀରହାଟ ହରସିଂପୁର ତଳସାହି ଗାଁକୁ ବିଦ୍ୟୁତ ଯୋଗାଣ ନେଇ ବିବାଦ । ଅତ୍ୟନ୍ତ ବିପଦଶଙ୍କୁଳ ଭାବେ ଏହି ଗାଁ ଦେଇ ବିଦ୍ୟୁତ ତାର ଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମର କିଛି ମହିଳା ଉପଭୋକ୍ତା ।

ବିଦ୍ୟୁତ ଯୋଗାଣ ନେଇ ବିବାଦ, ନ୍ୟାୟ ଦାବି କଲେ ଗ୍ରାମର ମହିଳା ଉପଭୋକ୍ତା

ଅଭିଯୋଗ ଅନୁସାରେ, ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟ ଦେଇ ଯାଇଥିବା ଏହି ତାର ଗୁଡିକ ଗଛରେ ଲାଗି ଅନେକ ସମୟରେ ସ୍ପାର୍କିଂ ହୋଇଥାଏ । କେବଳ ସେତିକି ନୁହେଁ ଅଧିକାଂଶ ତାର ଚାଳ ଛପର ଉପରେ ପଡି ରହିଛି । ଫଳରେ ଅନେକ ପରିବାର ଏନେଇ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।

ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ସ୍ଥାନୀୟ ମହିଳା ପୀରହାଟସ୍ଥିତ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଯାହାକୁ ପ୍ରତିବାଦ କରି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଧାରଣା ଦେବା ସହ ରାସ୍ତାରୋକ ମଧ୍ୟ କରିଥିଲେ ପୀଡିତା ଉପଭୋକ୍ତା । ସେପଟେ ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.