ETV Bharat / state

ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ, ବିବାଦ ଉପୁଜାଇଲେ ସ୍ଥାନୀୟ ଲୋକେ - ରେଳପଥ କମ୍ପାନୀ

ଭଦ୍ରକରେ ଚାଲିଛି ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ । କିନ୍ତୁ ରେଳପଥ କମ୍ପାନୀର ଗାଡି ବାରମ୍ବାର ଯାତାୟାତ ପାଇଁ ରାସ୍ତାର ଅବସ୍ଥା ଶୋଚନୀୟ ହେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ, ବିବାଦ ଉପୁଜାଇଲେ ସ୍ଥାନୀୟ ଲୋକେ

author img

By

Published : Oct 5, 2021, 8:17 PM IST

ଭଦ୍ରକ: ଜିଲ୍ଲା ଧାମରା ବନ୍ଦର ଆଦାନୀ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ ଜାରି ସମୟରେ ବିବାଦ ଉପୁଜିଛି । ଏହି ରେଳପଥ ନିର୍ମାଣ କରୁଥିବା କମ୍ପାନୀର ଭାରିଯାନ ଲଗାତାର ଚଳାଚଳ ହେଉଥିବାରୁ ମଙ୍ଗଳପୁର-କମାରିଆ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ, ବିବାଦ ଉପୁଜାଇଲେ ସ୍ଥାନୀୟ ଲୋକେ

ପୀରହାଟ ଥାନାଧିନ ମଙ୍ଗଳପୁର ନିକଟରେ ରେଳପଥ ନିର୍ମାଣ କରୁଥିବା କମ୍ପାନୀର ଗାଡି ଚଳାଚଳକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି । କମ୍ପାନୀର ମନମାନି ନୀତି ବିରୋଧରେ ମୁହଁ ଖୋଲିଛନ୍ତି ଲୋକେ । ମଙ୍ଗଳପୁର-କମାରିଆ ରାସ୍ତାରେ କମ୍ପାନୀର ଦୈନିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ଗ୍ରାମବାସୀଙ୍କ ସହିତ କୌଣସି ପ୍ରାକ୍ ଆଲୋଚନା ନକରି ରେଳପଥ ନିର୍ମାଣ କରୁଥିବା କମ୍ପାନୀ ଏହି ରାସ୍ତାରେ ମାଲ ପରିବହନ କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଅଣଓସାରିଆ ରାସ୍ତାରେ କମ୍ପାନୀ ମାଲ ବୋଝେଇ ଗାଡି ଚଳାଚଳ କରୁଥିବାରୁ ବିପଦ ସୃଷ୍ଟି ହୋଇଛି । ଛୋଟ ଛୋଟ ପିଲାମାନଙ୍କ ସମେତ ବୃଦ୍ଧ, ବୃଦ୍ଧା ଏପରିକି ମହିଳାମାନେ ଏହି ରାସ୍ତାରେ ଯିବାକୁ ଭୟ କଲେଣି । ରାସ୍ତାର କ୍ଷମତାଠାରୁ ଅଧିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ନିର୍ମାଣ କରୁଥିବା କମ୍ପାନୀକୁ ବାରମ୍ବାର ଅବଗତ କରିବା ସତ୍ତ୍ବେ ସେମାନେ ଶୁଣୁନଥିବା ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

କମ୍ପାନୀ ପକ୍ଷରୁ ରେଳପଥ ନିର୍ମାଣ ପାଇଁ ମିକଶ୍ଚର ପ୍ଲାଣ୍ଟ ସ୍ଥାପିତ କରାଯାଇଛି ଏବଂ ସେଥିପାଇଁ କମାରିଆ ମଙ୍ଗଳପୁର ରାସ୍ତା ଦେଇ ଉକ୍ତ ପ୍ଲାଣ୍ଟକୁ ଯିବା ଆସିବା କରୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହେବା ଦ୍ବାରା ଲୋକେ ଯାତାୟତରେ ବିଭିନ୍ନ ସମୟରେ ସୃଷ୍ଟି ହେଉଛି ଏବଂ ସଂଧ୍ୟା ହେଲେ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କଲେଣି । ଏହି ରାସ୍ତା ଉପରେ ମଙ୍ଗଳପୁର, ତଳମୂଷାଙ୍ଗ, କନାଟିଆ, ଶଙ୍କରପୁର, ବାଇପୁର, ଦୋହରାସାହି, ବାହାବଳପୁର, ପୋଖରୀସାହି ଗ୍ରାମ ସହିତ ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବାରୁ ଅନ୍ୟାନ୍ୟ ବହୁ ପଞ୍ଚାୟତବାସୀ ଏହି ପ୍ରମୁଖ ରାସ୍ତା ଉପରେ ନିର୍ଭର କରିଥାନ୍ତି ।

କମ୍ପାନୀର ଖାମିଖିଆଲି ମନୋବୃତ୍ତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ମଙ୍ଗଳପୁରପୁର ନିକଟରେ ବାଡ ପୋତି ଅବରୋଧ କରିଥିବା ଜଣାଯାଇଛି । ଏହି ରାସ୍ତା ଉପରେ ନିର୍ମାଣକାରୀ କମ୍ପାନୀର କୌଣସି ଯାନବାହାନ ଚଳାଚଳ ନକରିବା ଲାଗି ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ । ଏନେଇ ଖବର ପାଇ କମ୍ପାନୀର କର୍ମଚାରୀମାନେ ସଂଧ୍ୟାରେ ଆସିବା ବେଳେ ଲୋକେ ବିରୋଧ କରିବା ସହିତ ସେମାନଙ୍କ ଗାଡିଗୁଡିକୁ ଛାଡିନଥିଲେ । ପରେ ସାମୟିକ ଭାବେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.