ETV Bharat / state

ମଣ୍ଡିରୁ ଉଠୁନି ଧାନ, ଖୋଲା ଆକାଶ ତଳେ ଶହ ଶହ ଧାନବସ୍ତା

ଖୋଲା ଆକାଶ ତଳେ ପଡ଼ିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ, ଶୁଣୁ ନାହାନ୍ତି ମିଲର । ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

author img

By

Published : Jan 21, 2023, 11:46 AM IST

mandi issue in bhadrak
ଭଦ୍ରକରେ ମଣ୍ଡି ସମସ୍ୟା
ମଣ୍ଡିରୁ ଉଠୁନି ଧାନ

ଭଦ୍ରକ: ପୁଣି ମିଲରଙ୍କ ମନମାନି । ଖୋଲା ଆକାଶ ତଳେ ପଡି ରହିଛି ଶହଶହ ଧାନବସ୍ତା । ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡିରୁ ଧାନ ଉଠାଇବାରେ ବିଫଳ ହୋଇଛି ମିଲର । ବାରମ୍ବାର ଦାବି ଓ ପ୍ରତିବାଦ କରା ଯାଉଥିଲେ ମଧ୍ୟ ପ୍ରଶାସନିକ କଟକଣା ମାନିବାକୁ ନାରାଜ । ଯାହା ଫଳରେ ଚାଷୀମାନେ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ ! ଫାଣ୍ଡି ଅଧିକାରୀଙ୍କ ସମେତ 2 କନଷ୍ଟେବଳ ନିଲମ୍ବିତ

ମିଲରଙ୍କ ମନମାନିରେ ବଳି ପଡିଯାଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂପୁର ପଞ୍ଚାୟତର ଚାଷୀ । ଏହି ପଞ୍ଚାୟତର ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଲାଗି ମା' ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି । ଅନଲାଇନ ଜରିଆରେ 352 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । 2022 ଡିସେମ୍ବର ମାସ 28 ତାରିଖ ଠାରୁ ପଞ୍ଜିକରଣ ମୁତାବକ ଚାଷୀଙ୍କୁ ଟୋକନ ମିଳିଛି । ଏହି ମଣ୍ଡିରୁ ମାତ୍ର ଏକ ହଜାର କ୍ୱିଣ୍ଟାଲ ଧାନ ଲିପ୍ଟିଂ ହୋଇଥିବା ବେଳେ ଚାଷୀଙ୍କ ପ୍ରାୟ 10 ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଛି । ମଣ୍ଡିରେ ଗୋଦାମ ନଥିବାରୁ ଖୋଲା ମେଲାରେ ପଡିରହିଛି ସବୁ ଧାନ ।

ଏହା ମଧ୍ୟ ପଢ଼ନ୍ତୁ: Dakota set for display: ନୂଆ ରୂପରେ ଝଲସିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା

ଖରା କାକରରେ ଧାନର ମାନ ଖରାପ ଆଡକୁ ଗତି କରୁଥିବା ବେଳେ ସମ୍ପ୍ରତି ମେଘୁଆ ପାଗକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ମଣ୍ଡିରେ ମହଜୁଦ ଥିବା ଧାନକୁ ମିଲର ନେଉନି । ଆଜିକାଲି କହି ଟାଳି ଚାଲିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଚାଷୀମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଏବଂ ସମ୍ପାଦିକା ପ୍ରଶାସନ ନିକଟରେ ଫେରାଦ ହୋଇଥିବା ଜଣାପଡିଛି । ସେପଟେ ଟୋକନ ପାଇଥିବା ଚାଷୀଟିଏ ଧାନ ଦେବାରୁ ବଞ୍ଚିତ ହେଉଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହାର ସମାଧାନ କରିବା ଲାଗି ଦାବି କରାଯାଇଛି । ଅନ୍ୟପଟେ ଚାଷୀଙ୍କ ସମସ୍ୟା କଥା ପଚାରିବାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ମିଲର କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.