ETV Bharat / state

ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

author img

By

Published : Nov 4, 2020, 7:17 AM IST

ଭଦ୍ରକରେ ଉଦଯାପିତ ହୋଇଯାଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି ଅବସରରେ ଜିଲ୍ଲାବ୍ୟାପି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦୁର୍ନୀତିମୁକ୍ତ ସମାଜ ଗଠନର ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା । ଅଧିକ ପଢନ୍ତୁ...

vigilance awareness week observed in bhadrak
ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଭଦ୍ରକ: ମଙ୍ଗଳବାର ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାବ୍ୟାପି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦୁର୍ନୀତିମୁକ୍ତ ସମାଜ ଗଠନର ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥି ସହିତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଜନ ସାଧାରଣଙ୍କୁ ଲାଞ୍ଚ ନ ଦେବା, ଲାଞ୍ଚ ଦେବା ଏକ ଧର୍ତ୍ତବ୍ୟ ଅପରାଧ ଭଳି ବିଭିନ୍ନ ସ୍ଳୋଗାନ ସମ୍ବଳିତ ସଚେତନତା ବାର୍ତ୍ତା ଜିଲ୍ଲା ବ୍ୟାପି ପ୍ରଚାର ପ୍ରସାର କରାଯାଇଥିଲା ।

ଚଳିତ ବର୍ଷ ‘ସତର୍କ ଭାରତ ଓ ସମୃଦ୍ଧ ଭାରତ’ ଶୀର୍ଷକ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରଥମ, ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ପ୍ରଦ୍ୟୁମ୍ନ କୁମାର ଜେନା ଦ୍ବିତୀୟ ଏବଂ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଓ ପ୍ରତିମା ଜେନା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ଇଂରାଜୀ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ସୁଶ୍ରୀ ଶୁଭଶ୍ରୀ ସ୍ବାଇଁ ପ୍ରଥମ, ପଢୁଆଁ ରାଜସ୍ବ ନିରୀକ୍ଷକ ସୌମ୍ୟ ରଂଜନ ମହାଳିକ ଦ୍ବିତୀୟ ଏବଂ କମାରଗାଁ ରାଜସ୍ବ ନିରୀକ୍ଷକ ଦେବୀ ପ୍ରସନ୍ନ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଏହି ନିରାଡମ୍ବର ଉତ୍ସବରେ ଜିଲ୍ଳାପାଳ ଡ. ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ଡି.ସି. ମୁର୍ମୁ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.