ETV Bharat / state

ଜାତୀୟ ରାଜପଥ କଡରୁ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Feb 2, 2023, 3:04 PM IST

ଜାତୀୟ ରାଜପଥ କଡରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ମୁହଁରେ କ୍ଷତ ଚିହ୍ନ ରହିଥିବାରୁ ହତ୍ୟା ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

dead body rescued from bhadrak
dead body rescued from bhadrak
dead body rescued from bhadrak

ଭଦ୍ରକ: ସହରରେ ଚାଞ୍ଚଲ୍ୟ । ଯୁବକଙ୍କୁ ବିଭତ୍ସ ହତ୍ୟା ! ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରି ଫିଙ୍ଗିଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଯୁବକଙ୍କ ପରିଚୟ ସ୍ପଷଟ ହୋଇନଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Naba Das Murder Case: ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳିଲା କ୍ରାଇମବ୍ରାଞ୍ଚ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ ନିକଟରେ ଏକ କ୍ଷତବିକ୍ଷତ ମୃତଦେହ ପଡିଥିଲା । ଉକ୍ତ ରାସ୍ତାଦେଇ ଯାଉଥିବା କିଛି କିଛି ଲୋକ ମୃତଦେହ ଦେଖିବା ପରେ ସ୍ଥାନୀୟ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବରପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛି । ତେବେ ମୃତକଙ୍କ ମୁହଁରେ କ୍ଷତ ଚିହ୍ନ ରହିଥିବା ଦେଖାଯାଇଛି । ଏହି କ୍ଷତ ଚିହ୍ନ କୌଣସି ଏକ ଧାରୁଆ ମାରଣାସ୍ତ୍ର ହୋଇଥିବା ନେଇ ପୋଲିସ ଅନୁମାନ କରୁଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପ୍ରକାଶଥାଉକି, ଗତ ଡିସେମ୍ବର ୨୮ ତାରିଖ ଦିନ କଳାହାଣ୍ଡିର ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କନକସର୍ପା ଗାଁ ଜଙ୍ଗଲରେ ଯୁବକ ପିନାଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲା ପୋଲିସ । ମୃତ ଯୁବକ ହେଲେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଙ୍କାକୁଣ୍ଡରୁ ଗାଁର ପିନା ସାହୁ । ତେବେ ପିନା ସନ୍ଧ୍ୟାରେ କୌଣସି କାମରେ ନିଜ ବାଇକ ନେଇ ଘରୁ ବାହାରି ଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ ପିନା ସାହୁଙ୍କ କୌଣସି ଖୋଜ ଖବର ପାଇନଥିଲେ ପରିବାରଲୋକେ । ଏନେଇ ପିନାଙ୍କ ପରିବାର ସ୍ଥାନୀୟ ସରପଞ୍ଚ ମମତା ମାଝୀଙ୍କୁ ଜଣାଇଥିଲେ । ପରଦିନ ଜଙ୍ଗଲରୁ ପିନାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଯୁବକଙ୍କ ମୃତଦେହକୁ ଦେଖି ଏହା ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ ।

ଇଟିଭା ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.