ETV Bharat / state

Road Accident: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜୀବନ

author img

By

Published : May 13, 2023, 10:40 PM IST

ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ । ବାଇକ୍‌କୁ ଧକ୍କା ଦେଇ ଅଜଣା ଗାଡି ଫେରାର । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

national highway road accident case
national highway road accident case
ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକ ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକୁ ଧକ୍କା ଦେଇ ଅଜଣା ଗଡି ଫେରାର । 16 ନମ୍ବର ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ ଏପରି ମର୍ମନ୍ତୁଦ ଘଟଣା ଘଟିଛି । ସୂଚନା ଅନୁଯାୟୀ ନଳାଙ୍ଗ ଛକ ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ନିକଟରେ ଏକ ଅଜଣା ଗାଡି ଦୁଇ ଜଣ ମଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁଇ ଜଣ ମଟର ସାଇକେଲ ଆରୋହୀ ଛିଟିକି ତଳେ ପଡ଼ି ଯାଇଥିଲେ । ଅଜଣା ଗାଡିଟି ଦୁର୍ଘଟଣା ଘଟିବା ପରେ ତୁରନ୍ତ ଘଟଣା ସ୍ଥଳରୁ ଚମ୍ପଟ୍‌ ମାରିଥିଲା ।

ଅଧିକ ପଢ଼ନ୍ତୁ: Jharsuguda Result: ଆଗକୁ ବିଜେପି-ବିଜେଡି ଲଢ଼େଇ କହିଲେ ମନମୋହନ, ତାରା କହିଲେ ଅର୍ଥ ଅଭାବରୁ ହାରିଲୁ

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁଇ ମୃତକ ହେଲେ ୨୦ ବର୍ଷୀୟ ବିଶ୍ୱଜିତ ରାଉତ୍‌ ଏବଂ ୧୮ ବର୍ଷୀୟ ସାନୁ ସ୍ୱାଇଁ । ବିଶ୍ୱଜିତ ରାଉତଙ୍କ ଘର ଢେଙ୍କନାଳ ଜିଲ୍ଲା ଅନ୍ତର୍ଗତ ପର୍ବତିଆ ଅଞ୍ଚଳରେ ହୋଇଥିବା ବେଳେ ସାନୁ ସ୍ୱାଇଁଙ୍କ ଘର ଆଠଗଡ଼ ଅଞ୍ଚଳରେ ବୋଲି ଜଣାପଡିଛି । ଉଭୟ ଯୁବକ ଧାନ କଟା ମେସିନ ଚଳାଇବା କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଦେଶ ସେବା ପାଇଁ ଗର୍ବିତ ସିଂହାପୁର, ଶହୀଦ ହୋଇଛନ୍ତି ୩ ଯବାନ

ପୋଲିସ ସୂଚନା ଅନୁଯୟୀ, ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଢେଙ୍କାନାଳର କିଛି ଯୁବକମାନଙ୍କ ସହିତ ଏହି ଦୁଇ ଜଣ ଯୁବକ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ଅଞ୍ଚଳକୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ । ହେଲେ ଅନ୍ୟ ଯୁବକମାନେ ବସରେ ଯାଇଥିବା ବେଳେ ଏହି ଦୁଇ ଜଣ ଯୁବକ ମଟର ସାଇକେଲ ଯୋଗେ ଢେଙ୍କାନାଳରୁ ଜଳେଶ୍ୱର ଅଞ୍ଚଳକୁ ଯାଇଥିଲେ । ସେଠାରେ କାର୍ଯ୍ୟ ସାରି ଢେଙ୍କାନାଳକୁ ଫେରୁଥିବା ସମୟରେ କୌଣସି ଏକ ଗାଡି ଧକ୍କା ଦେଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିକୁ ଠାବ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: Congress victory: ଦଳୀୟ ନେତାଙ୍କୁ ମିଠା ଖୁଆଉଛନ୍ତି ଖଡଗେ, ଦେଖନ୍ତୁ ଭିଡିଓ

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.