ETV Bharat / state

ଭୟାବହ ଅଗ୍ନିକାଣ୍ଡରେ 2 ଗୁରୁତର - Two were seriously injured in the fire

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ବାରଷର ପଞ୍ଚାୟତ ତଳଦପା ଠାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ଅନୁଯାୟୀ ଘରେ ଖାଇ ସାରିବା ପରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଧିକ ପଢନ୍ତୁ...

fire break
ଭଦ୍ରକ ଭୟାବହ ଅଗ୍ନିକାଣ୍ଡରେ 2 ଗୁରୁତର
author img

By

Published : Jan 4, 2021, 10:49 PM IST

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ବାରଷର ପଞ୍ଚାୟତ ତଳଦପା ଠାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ଅନୁଯାୟୀ, ଘରେ ଖାଇ ସାରିବା ପରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେଣୁ ହଠାତ ସେମାନେ ଘରୁ ବାହାରି ଆସିପାରିନଥିଲେ । ଗ୍ରାମବାସୀଙ୍କ ସହଯାେଗରେ ବହୁ କଷ୍ଟରେ ଜୀବନ ରକ୍ଷା ପାଇଥିଲା । ହେଲେ ସେତେବେଳକୁ ମାଆ ଓ 8 ବର୍ଷର ଶିଶୁ ଦେହରେ ନିଆଁ ଲାଗି ସେମାନେ ଜଳି ଯାଇଥିଲେ ।

ପ୍ରଥମେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲା ବେଳେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମଦାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.