ଭଦ୍ରକ: ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୂର୍ଗାପୂଜା ଚାନ୍ଦା ଆଦାୟକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି । ଏନେଇ ଘଣ୍ଟେଶ୍ବର ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଅକ୍ଷୟ ବେହେରା ଓ ଗଙ୍ଗାଧର ନାୟକ ଦୁଇଜଣ ଘଣ୍ଟେଶ୍ବର ବଜାରକୁ ଆସିଥିଲେ । ସେଠାରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଦୂର୍ଗାପୂଜା ପାଇଁ କିଛି ଯୁବକ ସେମାନଙ୍କୁ ଚାନ୍ଦା ମାଗିଥିଲେ । ସେମାନେ ଚାନ୍ଦା ଦେବାକୁ ମନା କରିବାରୁ ହଠାତ ଉତକ୍ଷିପ୍ତ ହୋଇ ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅକ୍ଷୟ ବେହେରା ଓ ଗଙ୍ଗାଧର ନାୟକ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।
ଭଦ୍ରକରୁ ଦେବାଶିଷ ମାହାପାତ୍ର, ଇଟିଭି ଭାରତ